ବିଜେବି କଲେଜରେ ଲିଙ୍ଗ ସଚେତନତା କର୍ମଶାଳା : ଲିଙ୍ଗ ବୈଷମ୍ୟ ଦୂର ପାଇଁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ

ବିଜେବି କଲେଜରେ ଲିଙ୍ଗ ସଚେତନତା କର୍ମଶାଳା : ଲିଙ୍ଗ ବୈଷମ୍ୟ ଦୂର ପାଇଁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ

ଭୁବନେଶ୍ୱର : ବିଜେବି କଲେଜର ଅନ୍ତରୀଣ ଅଭିଯୋଗ କକ୍ଷ ଓ ଅନ୍ତରୀଣ ଗୁଣବତ୍ତା ପ୍ରତିଶ୍ରୁତି କକ୍ଷର ମିଳିତ ଆନୁକୂଲ୍ୟରେ ଲିଙ୍ଗ ସଚେତନତା କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମାଜରେ ଘଟୁଥିବା ଲିଙ୍ଗ ବୈଷମ୍ୟକୁ ଦୂର କରିବାକୁ ସେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ୍‌। ଲିଙ୍ଗ ଭେଦଭାବର ମୂଳୋତ୍ପାଟନ ପାଇଁ ଆଗେଇ ଆସିବାକୁ ଶ୍ରୀ ମହାନ୍ତି ଆହ୍ଵାନ କରିଥିଲେ।

ଉପାଧ୍ୟକ୍ଷ ରୀତା ପତି ଓ ଓଡ଼ିଆ ବିଭାଗର ମୁଖ୍ୟ କ୍ଷୀରୋଦ ଚନ୍ଦ୍ର ବେହେରା ଲିଙ୍ଗ ବୈଷମ୍ୟର ଶିକାର ହେଉଥିବା ଛାତ୍ରଛାତ୍ରୀ ଏହାକୁ ପ୍ରତିରୋଧ କରି ସାମାଜିକ ନ୍ୟାୟକୁ ସୁଦୃଢ଼ କରିବା ପାଇଁ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ ଅବସ୍ଥାପିତ ହରପ୍ରିୟା ନାୟକ ଯୋଗ ଦେଇଥିଲେ। ରାଜଲକ୍ଷ୍ମୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ବି.ପତ୍ରି ଧନ୍ୟବାଦ ଦେଇଥିଲେ। କସ୍ତୁରୀ ପଣ୍ଡା, ଏମ୍‌.ଶତପଥୀ ଓ ପ୍ରଣତି ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କର୍ମଶାଳରେ ବହୁ ସଂଖ୍ୟାରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe