‘ନିଶା ଓ ଏହାର ପ୍ରାଦୁର୍ଭାବ’ ଶୀର୍ଷକ କର୍ମଶାଳା

Advertisment
‘ନିଶା ଓ ଏହାର ପ୍ରାଦୁର୍ଭାବ’ ଶୀର୍ଷକ କର୍ମଶାଳା

ଭୁବନେଶ୍ବର: ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ-୬ରେ ‘ନିଶା ଓ ଏହାର ପ୍ରାଦୁର୍ଭାବ’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ସଚେତନତାଧର୍ମୀ ଏହି କାର୍ଯ୍ୟକ୍ରମରେ ଏମ୍‌ସର କ୍ୟାନସର୍‌ ରୋଗ ବିଶେଷଜ୍ଞ ଡା. ସନ୍ଦୀପ କୁମାର ପରିଡ଼ା, ଡା. ସୂତପା ବିଶ୍ୱାସ, ଡା. ପ୍ରିୟଙ୍କା ସାଇନି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ୟାନସର୍‌ର ଭୟାବହତା ସଂପର୍କରେ ସଚେତନ କରାଇଥିଲେ। ସାମ୍ବାଦିକ ସନ୍ଦୀପ ସାହୁ, ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ନାରାୟଣ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସତ୍ୟନଗର ଲେଡିଜ୍‌ ଫୋରମ୍‌ର ସମ୍ପାଦିକା ଅନୁରାଧା ଦାଶ ପିଲାଙ୍କୁ ନିଶାଦ୍ରବ୍ୟ ସେବନର ଭୟାବହତା ଉପରେ ପିଲାମାନଙ୍କୁ ସଚେତନ କରାଇଥିଲେ। ସଂଗଠନର ମହିଳା ସଦସ୍ୟ ଶୁଭେଦିତା ରାୟ, ଦୀପ୍ତି ବେହେରା, ପ୍ରତିମା ତ୍ରିପାଠୀ, ରତ୍ନାମଞ୍ଜରୀ ସାମନ୍ତରାୟ, ସରିତା ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କର୍ମଶାଳାରେ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe