ସମାଜର ପ୍ରଗତି ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ

Advertisment

‘ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା’ କର୍ମଶାଳା

‘ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା’ କର୍ମଶାଳା

ସମାଜର ପ୍ରଗତି ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ

ଭୁବନେଶ୍ୱର: ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ। ସାମ୍ବାଦିକ ରାଷ୍ଟ୍ର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି, ଲିଙ୍ଗ ଓ ବର୍ଗ ଭିତ୍ତିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହେଇ ବହୁ ସମସ୍ୟାର ସୂତ୍ରଧର ପାଲଟିଛି। ଫଳରେ ଦେଶର ସାମାଜିକ କ୍ଷେତ୍ର ଅବକ୍ଷୟ ହେବାରେ ଲାଗିଛି।

ତେଣୁ ଗଣମାଧ୍ୟମକୁ ସଚେତନ ହେବାକୁ ପଡ଼ିବ। ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରୀକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ ଏବଂ ଏହାହିଁ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା’ ଶୀର୍ଷକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଛନ୍ତି।

ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଗଣମାଧ୍ୟମ କେତେ ମାତ୍ରାରେ ସହଯୋଗ କରୁଛି ସେନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡ. ବନ୍ଦିତା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଗଣମାଧ୍ୟମର ଭୂମିକା ସବୁବେଳେ ସକାରାତ୍ମକ ଭାବେ ସମାଜ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ। ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସହକାରୀ ପ୍ରଫେସର ଡ. ହେମନ୍ତ କୁମାର ଦାଶ ଓ ଡ. ଜ୍ୟୋତିର୍ମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ। ଡ.ରମାକାନ୍ତ ମହାନନ୍ଦ ଧନ୍ୟବାଦ ଦେଇଥିଲେ। ଛାତ୍ରୀ ସୁଦେଷ୍ଣା ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe