ବିଶ୍ବ ଏଡ୍‌ସ୍‌ ଦିବସ ପାଳିତ

Advertisment
୨୦୩୦ ସୁଦ୍ଧା ଏଡସ ବିଲୋପ ଦିଗରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବ: ମେହେର୍ଦ୍ଦା

ଭୁବନେଶ୍ୱର: ନାରାୟଣ ସେବା ଫାଉଣ୍ଡେସନ ଓ ସମ୍ବାଦପତ୍ର ‘ଓଡ଼ିଶା ଚଏସ୍‌’ର ମିଳିତ ଆନୁକୂଲ୍ୟରେ ବିଶ୍ବ ଏଡ୍‌ସ୍‌ ଦିବସ ପାଳିତ ହୋଇଛି। ସାଇନ୍ସ ପାର୍କ ବସ୍ତିରେ ଏ ନେଇ ଶୋଭାଯାତ୍ରା ହେବା ସହ ଆଲେଚନାଚକ୍ର ହୋଇଥିଲା। ଫାଉଣ୍ଡେସନ ସଭାପତି ଶିବ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ସମ୍ପାଦିକା ସମିତା ମହାରଣା ଓ ଓଡ଼ିଶା ଚଏସ୍‌ର ସମ୍ପାଦକ ସାରଦା ପ୍ରସାଦ କର ଯୋଗ ଦେଇ ସଚେତନତା ଜରିଆରେ ଏଡ୍‌ସ୍‌କୁ ରୋକା‌ ଯାଇ ପାରିବ ବୋଲି କହିଥିଲେ। ବସ୍ତିରେ ଆୟୋଜିତ ଏକ ଜନ ସଚେତନ ଶୋଭାଯାତ୍ରାକୁ ଅନୁଷ୍ଠାନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା ପରିଚାଳନା କରିଥିବା ବେଳେ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ଦେଇଥିଲେ। ଅବିନାଶ ପ୍ରଧାନ, ପ୍ରକାଶ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe