ଭାରତୀୟ ରେଡକ୍ରସ ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ ପ୍ରାଥମିକ ଉପଚାର ଦିବସ

ଭାରତୀୟ ରେଡକ୍ରସ ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ ପ୍ରାଥମିକ ଉପଚାର ଦିବସ

ଭୁବନେଶ୍ୱର: ପ୍ରାଥମିକ ଉପଚାର ମାଧ୍ୟମରେ ଜଣେ ଅସୁସ୍ଥ ବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା ସହ ତାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚାଯାଇପାରିବ। ଦୁର୍ଘଟଣାସ୍ଥଳରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଏହି ଦିଗରେ ପ୍ରଶିକ୍ଷଣ ଦିଆଯାଇପାରିଲେ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇପାରିବ। ଏହି ଲକ୍ଷ୍ୟ ନେଇ ରେଡକ୍ରସର ଅବୈତନିକ ସଚିବ ସିଟିଏମ ସୁଗୁଣାଙ୍କ ସଭାପତିତ୍ୱରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ବିଶ୍ୱ ପ୍ରାଥମିକ ଉପଚାର ଦିବସ-୨୦୨୧ ଆୟୋଜନ କରିଛି। ଏହି ଅବସରରେ ସୁଶ୍ରୀ ସୁଗୁଣା ଅଭିଭାଷଣରେ ପ୍ରାଥମିକ ଉପଚାର କ୍ଷେତ୍ରରେ ରେଡକ୍ରସ ସୋସାଇଟିର ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିବା ସହ ଏହାର ସଫଳତା ନିମନ୍ତେ ରେଡକ୍ରସର ସହଯୋଗ କାମନା କରିଥିଲେ।

ଅନ୍ୟତମ ଅତିଥି ଭାବେ ସହ ଆୟୁକ୍ତ ସଂଜୟ ବିଶ୍ୱାଳ ସଡ଼କ ସୁରକ୍ଷା ଓ ପ୍ରାଥମିକ ଉପଚାରର ବିଭିନ୍ନ ଦିଗ ସଂପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଓଡ଼ିଆ ଭାଷାରେ ପ୍ରାଥମିକ ଉପଚାର ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱରର ଯୁବ ରେଡକ୍ରସ ଓ କନିଷ୍ଠ ରେଡକ୍ରସର ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଯୁବ ରେଡକ୍ରସ ପରାମର୍ଶଦାତା ଗୋପାଳକୃଷ୍ଣ ମିଶ୍ର, ପ୍ରକଳ୍ପ ସଂଯୋଜକ ସଂଯୁକ୍ତା ପ୍ରିୟଦର୍ଶନୀ ବାରିକ, ଫାଷ୍ଟଏଡ୍ ସଂଯୋଜକ ଗୁଲ୍‌ସନ କୁମାର ଦାଶ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe