ଚନ୍ଦ୍ରଶେଖରପୁର: ବ୍ରିଜ୍ ଅଫ୍ ହୋପ୍ ପକ୍ଷରୁ ମଙ୍ଗଳବାର ବିଶ୍ବ ହାତଧୁଆ ଦିବସ ପାଳିତ ହୋଇଛି। ପ୍ରକଳ୍ପ ସଂଯୋଜକ ଉଜ୍ବଲ କେଶରୀ ଦିବାରଙ୍କ ନେତୃତ୍ବରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟ ଓ ବିଭିନ୍ନ ଛକରେ ପଥଚାରୀଙ୍କୁ ହାତ ଧୋଇ ଖାଦ୍ୟ ଗ୍ରହଣ କରିବା ସମ୍ପର୍କରେ ସଚେତନ କରାଯାଇଥିଲା। ଲୋକଙ୍କୁ ହାତ ଧୁଆ ଶୈଳୀ ସମ୍ପର୍କରେ ବି ବୁଝାଇ ଦିଆଯାଇଥିଲା। ଏଥିରେ ପୀତବାସ ଦିଗାଲ୍, ଶାନ୍ତାରାଣୀ, ମମତା, ମଞ୍ଜୁବାଳାଙ୍କ ସମେତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
ବିଶ୍ବ ହାତଧୁଆ ଦିବସ
Advertisment
Follow Us