ବୁକିଂ ଜିନି ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ଦିବସ

Advertisment
ବୁକିଂ ଜିନି ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ଦିବସ

ଭୁବନେଶ୍ବର : ଷ୍ଟାର୍ଟଅପ୍ କମ୍ପାନି ବୁକିଂ ‌ଜିନି ପକ୍ଷରୁ ସ୍ବେଚ୍ଛାସେବୀ ସଂସ୍ଥା ଜୀବନରେଖା ପରିଷଦ ସହଯୋଗରେ ସାଇ ବନଫୁଲ ସ୍ଥିତ ହାପି କିଡ୍‌ସ ସ୍କୁଲରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବୁକିଂ ‌ଜିନିର ସିଇଓ ଶିବାଶିଷ ମିଶ୍ରଙ୍କ ସହ ସଂସ୍ଥାର ଅନ୍ୟ କର୍ମଚାରୀମାନେ ସ୍କୁଲର କୁୂନି କୁନି ପିଲାଙ୍କୁ ସେମାନେ କିପରି ପରିଷ୍କାର ରହିବେ, ସ୍କୁଲ, ଖେଳପଡ଼ିଆ ଏବଂ ସେମାନଙ୍କ ଘରକୁ ସ୍ବଚ୍ଛ ରଖିବେ ସେନେଇ ସଚେତନ କରାଯାଇଥିଲା। ଏହାସହ ପିଲାଙ୍କୁ ବିଭିନ୍ନ ପୁସ୍ତକ, ନୋଟ୍‌ବୁକ୍‌, ଡ୍ରଇଁ ଏବଂ ପଜଲ୍‌ ବହି ଦିଆଯାଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଡାକ୍ତର ପ୍ରତ୍ୟୁଷ ମିଶ୍ରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ସ୍ଥାନୀୟ ଲୋକଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe