ଆଇଜିକେସି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ରେ ବିଶ୍ବ ବୃକକ୍‌ ଦିବସ

Advertisment
ଆଇଜିକେସି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ରେ ବିଶ୍ବ ବୃକକ୍‌ ଦିବସ

ଭୁବନେଶ୍ବର: ଘାଟିକିଆସ୍ଥିତ ଆଇଜିକେସି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ ପକ୍ଷରୁ ବିଶ୍ବ ବୃକକ୍‌ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁକାନ୍ତ କିଶୋର ଦାସ, ଡାକ୍ତର ଶୁଭେନ୍ଦୁ ଦାସ, ଡାକ୍ତର ଦେବାଶିଷ ରାଉତରାୟ, ଡାକ୍ତର ଜ୍ୟୋତିକାନ୍ତ ବେହେରା ଏବଂ ଡାକ୍ତର ଜ୍ୟୋତି ମୋହନ ତୋସ ପ୍ରମୁଖ ଯୋଗଦେଇ ଉପସ୍ଥିତ ସମସ୍ତ ‌ରୋଗୀ ଓ କର୍ମଚାରୀଙ୍କୁ ସଚେତନ କରାଇଥିଲେ।

ପ୍ରାରମ୍ଭିକ ପର୍ଯ୍ୟା‌ୟରେ ବୃକକ୍‌ ରୋଗକୁ ଚିହ୍ନଟ କରିବା ସହିତ ଏହାର ନିରାକରଣ ପାଇଁ କ’ଣ କରି‌ବାକୁ ହେବ ସେ ସମ୍ପର୍କରେ ସୂଚନା ‌ଦେଇଥିଲେ। ନିଜର ଦେହର ସମ୍ପୂର୍ଣ୍ଣ ସୁସ୍ଥତା ଉପରେ ଯଦିଓ ଗୁରୁତ୍ବ ଦେବାକଥା ତଥାପି ବୃକକ୍‌କୁ ଅଧିକ ଧ୍ୟାନ ‌ଦେବା ଆବଶ୍ୟକ ବୋଲି ଡାକ୍ତରମାନେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଡାକ୍ତରଖାନା ପକ୍ଷରୁ ଏକ ବାଇକ୍‌ ରାଲି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe