ଭୁବନେଶ୍ୱର ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Advertisment
ଭୁବନେଶ୍ୱର ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଚନ୍ଦ୍ରଶେଖରପୁର: ଖୋର୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ଚେତନା ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ପ୍ରାଧିକରଣର ସଚିବ ମଧୁମିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନଧର୍ମୀ କାର୍ଯ୍ୟକ୍ରମରେ ମାନସିକ ଅନଗ୍ରସର ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଚେତନା କଲେଜ୍‌ ଅଫ୍‌ ସ୍ପେସିଆଲ୍‌ ଏଜୁକେସନର ଶତାଧିକ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଭୁବନେଶ୍ୱର ସିନିୟର୍‌ ସିଭିଲ ଜଜ୍‌ ଏସ୍‌ କେ ବିହାରୀ, ରେଜିଷ୍ଟର ସଂଜୀବ ରଂଜନ ସାମନ୍ତ, ଜିନିଅର୍‌ ସିଭିଲ ଜଜ୍‌ ମନୋରଂଜନ ମିଶ୍ର, ଆଡଭୋକେଟ ହରପ୍ରିୟା ସାମନ୍ତରାୟ, ସ୍ମିତା କାନୁନ୍‌ଗୋ, ଚାରୁବାଳା ତ୍ରିପାଠୀ, ଆରତୀ ପଟ୍ଟନାୟକ ଏବଂ ଯକ୍ଷ୍ମାରୋଗ ବିଶେଷଜ୍ଞ ଡ. ଭାସ୍କର ବେହେର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ଏବଂ ତାର ଆଇନଗତ ନିରାକରଣ ଦିଗରେ ବିସ୍ତତ ଆଲୋଚନା କରିଥିଲେ।
ଜୁଏଲ୍‌ ଇଣ୍ଟରନ୍ୟାସନାଲ୍‌ ଅନୁଷ୍ଠାନର ସାଧାରଣ ସଂପାଦକ ଡ. ନାରାୟଣ ଚନ୍ଦ୍ର ପତି ଏବଂ ଚେତନା କଲେଜ ଅଫ୍‌ ଏଜୁକେସନର ଅଧ୍ୟକ୍ଷା ଡ. ବିଜୟା ପତି ପ୍ରମୁଖ ଅଭିଭାଷଣ ରଖିଥିଲେ। ଚେତନା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ଅବସରରେ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଫଳ ଓ ବିସ୍କୁଟ୍‌ ବିତରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe