ସତ୍ୟନଗର ଲେଡିଜ୍‌ ଫୋରମ୍ ପକ୍ଷରୁ ବିଶ୍ବ ମାତୃ ଦିବସ

Advertisment
ସତ୍ୟନଗର ଲେଡିଜ୍‌ ଫୋରମ୍ ପକ୍ଷରୁ ବିଶ୍ବ ମାତୃ ଦିବସ

ଭୁବନେଶ୍ବର: ସତ୍ୟନଗର ଲେଡିଜ୍‌ ଫୋରମ୍ ପକ୍ଷରୁ ସତ୍ୟନଗର ପାର୍କଠାରେ ବିଶ୍ବ ମାତୃ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସଂଗୀତଜ୍ଞ ସ୍ବର୍ଗତ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଏକ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏନ୍. ଶ୍ରୀନିବାସ ରାଓଙ୍କ ସଂଯୋଜନାରେ ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମହାପ୍ରସାଦ କରଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସତ୍ୟନଗରର ୩୦ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁରେଶ ମନ୍ତ୍ରୀ, ସମାଜସେବୀ ସଂଯୁକ୍ତା ମହଲ, ଶାଶ୍ବତୀ ମିଶ୍ର, ଭାନୁପ୍ରିୟା ଦାସ, ଶ୍ରୁତକୀର୍ତ୍ତି ତ୍ରିପାଠୀ, ମମତା ବାଜପେୟୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଶୋଭୋଦିତ୍ତା ରାୟ, ସୋନାଲି ମହାପାତ୍ର, ଆରାଧନା ସାହୁ, ଦାବିନ୍ଦର କୌର୍, ଅବିନାଶ ରାୟ ଚୌଧୁରୀ, ଅଶୋକ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଂପାଦିକା ଅନୁରାଧା ଦାଶ ସ୍ବାଗତ ଭାଷଣ ଦେଇଥିବାବେଳେ ସତ୍ୟନଗର ଉନ୍ନୟନ ଓ ସାଂସ୍କୃତିକ ଅନୁଷ୍ଠାନର ତୁଷାରକାନ୍ତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe