ଉତ୍କଳ ରଙ୍ଗମଞ୍ଚରେ ବିଶ୍ବ ସଂଗୀତ ଦିବସ

Advertisment
ଉତ୍କଳ ରଙ୍ଗମଞ୍ଚରେ ବିଶ୍ବ ସଂଗୀତ ଦିବସ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂଗୀତ ନାଟକ ଏକାଡେମି ପକ୍ଷରୁ ଆଜି ଉତ୍କଳ ରଙ୍ଗମଞ୍ଚରେ ବିଶ୍ବ ସଂଗୀତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳାକରମାନେ ଶାସ୍ତ୍ରୀୟ ସଂଗୀତ ଗାନ କରିଥି‌ଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ, ସଦସ୍ୟ ପ୍ରସନ୍ନ କୁମାର ମିଶ୍ର, ଗୁରୁ ଧନେଶ୍ବର ସ୍ବାଇଁ ଓ ଗୁରୁ ରାମହରି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜକ ଏକାଡେମିର ସଚିବ ପ୍ରବୋଧ ରଥ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ କଣ୍ଠଶିଳ୍ପୀ ସୃଷ୍ଟିସ୍ବରୂପା ମିଶ୍ର, ବସୁନ୍ଧରା ପରିଡ଼ା, ବର୍ଣ୍ଣାଳୀ ହୋତା, ରୁବି ମହାନ୍ତି, ନିହା ନୀହାରିକା, ସିଦ୍ଧାନ୍ତ ଶତପଥୀ, ଗିରିଜା ଶଙ୍କର ମିଶ୍ର ଓ ବୈଷ୍ଣବୀ ଘୋଷ ସଂଗୀତ ଗାନ କରିଥିଲେ। ଯନ୍ତ୍ର ସଂଗୀତରେ ବେହେଲାରେ କେ. ଭୁବନେଶ୍ବରୀ, ତବଲାରେ କୁଳମଣି ସାହୁ ଏବଂ ମର୍ଦ୍ଦଳରେ ଅରୂପ ଦାସ ଓ ବୁଦ୍ଧନାଥ ସ୍ବାଇଁ ଅଂଶଗ୍ରହଣ କରିଥିଲେ। ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe