୧୨ରେ ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଓ୍ଵାର୍ଲଡ୍‌ ଟିଭି ପ୍ରିମିୟର୍‌

Advertisment
୧୨ରେ ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଓ୍ଵାର୍ଲଡ୍‌ ଟିଭି ପ୍ରିମିୟର୍‌

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଓ୍ଵାର୍ଲଡ୍‌ ଟେଲିଭିଜନ ପ୍ରିମିୟର୍‌ ହେବ। ଚଳଚ୍ଚିତ୍ରର ଗୀତଗୁଡ଼ିକର ରିଲିଜ୍ ହୋଇଯାଇଛି। ଗୀତଗୁଡ଼ିକୁ ବୈଦ୍ୟନାଥ ଦାଶ ସଂଗୀତରେ ସଜାଇଛନ୍ତି। ଅରୁଣ ମନ୍ତ୍ରୀ, ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ ଗୀତ ରଚନା କରିଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ, ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୌଧୁରୀ କଣ୍ଠଦାନ କରିଛନ୍ତି।

ରାଜା ଅନୀଲ ମ୍ୟୁଜିକ୍‌ ଆରେଞ୍ଜମେଣ୍ଟ କରିଛନ୍ତି। ଅପରପକ୍ଷେ ଏହି ଚଳଚ୍ଚିତ୍ରରେ ଦର୍ଶକେ ନୂଆ ଯୋଡ଼ି ଜ୍ୟୋତିରଞ୍ଜନ ଓ ଶ୍ରଦ୍ଧାଙ୍କୁ ଦେଖିବାକୁ ପାଇବ‌େ। ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଦେଖିବାକୁ ମିଳିବ। ହାସ୍ୟ କଳାକାର ଚଳଚ୍ଚିତ୍ରରେ ଅଭିନୟ କରିବା ସହ କାହାଣୀ ରଚନା କରିଛନ୍ତି। ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe