World Vegan Day: ବିଶ୍ୱ ଭିଗନ ଦିବସ: ନୂତନ ଖାଦ୍ୟଧାରା ‘ଭିଗାନିଜିମ’

ପାରମ୍ପରିକ ଭାବେ ମନୁଷ୍ୟର ଖାଦ୍ୟ ଅଭ୍ୟାସ ମାଂସାହାରୀ ଓ ଶାକାହାରୀ ବା ଲୋକପ୍ରିୟ ଇଂରେଜୀରେ ‘ନନ୍‌ଭେଜ୍‌’ ଏବଂ ‘ଭେଜ୍‌’ ରହିଥିଲା। ହେଲେ ଏହି କିଛି କାଳ ହେଲା ଆଉ ଏକ ନୂତନ ଖାଦ୍ୟର ଧାରା ବାହାରିଛି, ଯାହାର ଅନୁସରଣକାରୀଙ୍କୁ କୁହାଯାଉଛି ‘ଭିଗନ୍‌’।

dgaddgazcv

ଭୁବନେଶ୍ୱର: ପାରମ୍ପରିକ ଭାବେ ମନୁଷ୍ୟର ଖାଦ୍ୟ ଅଭ୍ୟାସ ମାଂସାହାରୀ ଓ ଶାକାହାରୀ ବା ଲୋକପ୍ରିୟ ଇଂରେଜୀରେ ‘ନନ୍‌ଭେଜ୍‌’ ଏବଂ ‘ଭେଜ୍‌’ ରହିଥିଲା। ହେଲେ ଏହି କିଛି କାଳ ହେଲା ଆଉ ଏକ ନୂତନ ଖାଦ୍ୟର ଧାରା ବାହାରିଛି, ଯାହାର ଅନୁସରଣକାରୀଙ୍କୁ କୁହାଯାଉଛି ‘ଭିଗନ୍‌’। କ୍ରିକେଟ ତାରକା ବିରାଟ କୋହଲୀ ହୁଅନ୍ତୁ ଅଥବା ସିନେ ତାରକା ଅନୁଷ୍କା ଶର୍ମା, କଙ୍ଗନା ରାଣାୟତ, ସାହିଦ କପୁର ସମସ୍ତେ ଏହି ନୂତନ ଖାଦ୍ୟ ପରମ୍ପରା‘ଭିଗାନିଜମ୍’ ଜୀବନଶୈଳୀକୁ ଆପଣେଇଛନ୍ତି। ଏହି ଧାରାର ଲୋକେ କେବଳ ଶାକାହାରୀ ନୁହନ୍ତି, ଏମାନେ ଦୁଗ୍‌ଧଜାତ ଦ୍ରବ୍ୟ, ମହୁଠାରୁ ଆରମ୍ଭ କରି ଚମଡ଼ାରୁ ତିଆରି ପୋଷାକପତ୍ର ବା ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ।

ପ୍ରତି ବର୍ଷ ପୃଥିବୀରେ ପାଖାପାଖି ୭୦ ବିଲିୟନ୍‌ଜୀବଜନ୍ତୁଙ୍କୁ ଖାଦ୍ୟ ପାଇଁ ହତ୍ୟା କରାଯାଉଛି। ଭାରତରେ ୩ ବିଲିୟନରୁ ଅଧିକ ଖାଦ୍ୟ ପାଇଁ ବଳି ପଡ଼ୁଛନ୍ତି। ଗତ ୨୦୧୯ରେ ରେଜିଷ୍ଟର ଜେନେରାଲ ଏବଂ ଜନଗଣନା କମିସନର କାର୍ଯ୍ୟାଳୟ ତରଫରୁ ହୋଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ‘ନନ୍‌ଭେଜ୍‌’ ପସନ୍ଦ କରନ୍ତି। ରାଜ୍ୟରେ ମଧ୍ୟ ବର୍ଷକୁ ବର୍ଷ ମାଛ, ମାଂସ ଓ ଅଣ୍ଡା ଉତ୍ପାଦନ ବଢ଼ିବାରେ ଲାଗିଛି। ସେହିପରି ବିଶ୍ୱତାପନ ବୃଦ୍ଧି କରୁଥିବା ‘ମିଥେନ୍‌ଗ୍ୟାସ’ର ପ୍ରମୁଖ ଉତ୍ସ ହେଉଛି ପ୍ରାଣୀଜାତ ଓ ଦୁଗ୍ଧଜାତ ଦ୍ରବ୍ୟ। ତେଣୁ ଜୀବଜନ୍ତୁଙ୍କ ଉପରେ ଖାଦ୍ୟ ପାଇଁ ହେଉଥିବା ଅତ୍ୟାଚାର ତଥା ବିଶ୍ୱତାପନ ବୃଦ୍ଧି ପାଇଁ ସଚେତନ ହେଉଥିବା ନାଗରିକମାନେ ବର୍ତ୍ତମାନ ଏହି  ‘ଭିଗାନିଜମ୍’କୁ ଅନୁସରଣ କରୁଛନ୍ତି। 

ଖାଦ୍ୟସାର ଅଭାବ ଦୂର କରୁଛି ‘ଭିଗନ ମଟନ’ ଓ ‘ଭିଗନ କ୍ଷୀର’
ଭିଗନମାନଙ୍କ ଖାଦ୍ୟସାରକୁ ପରିପୂର୍ଣ୍ଣ କରିବା ପାଇଁ ବର୍ତ୍ତମାନ ବଜାରକୁ ଉଭିଦଜାତ କ୍ଷୀର, ପନିରଠାରୁ ଆରମ୍ଭ କରି ଭିଗାନ ସିଫୁଡ୍‌, ଭିଗାନ ମଟନ, ହ୍ୟାଣ୍ଡ୍‌ବ୍ୟାଗ ଆଦି ବଜାରକୁ ଆସିଲାଣି। ସୋୟାବିନ, ଛତୁ, ପଣସ, କଦଳୀ ଫୁଲ, ଓଲୁଅ ଆଦିର ସମିଶ୍ରଣରୁ ‘ଭିଗନ ସିଫୁଡ’ ଓ ‘ଭିଗନ ମଟନ’ ପ୍ରସ୍ତୁତ କରାଯାଇ ବିକ୍ରି ହେଉଛି। ସେହିପରି ସୋୟା, ଆଲମଣ୍ଡ, ଓଟ୍‌ସ, କାଜୁ, ନଡ଼ିଆ ଆଦିରୁ କ୍ଷୀର ପ୍ରସ୍ତୁତ କରି ଏହି ‘ଭିଗନ’ମାନେ କ୍ଷୀର ଓ ଏହାର ବିଭିନ୍ନ  ଉତ୍ପାଦ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି। ରାଜଧାନୀର ବିଭିନ୍ନ ମଲ୍‌ରେ ମଧ୍ୟ ଏହି ଉଭିଦଜାତ କ୍ଷୀର ଓ ପନିର ଉପଲବ୍‌ଧ ହେଲାଣି। ସମ୍‌ଅଲିଟେମେଟର ପୋଷକତତ୍ତ୍ବବିତ୍‌ ସୁଶ୍ରୀ ସଙ୍ଗୀତା ଜେନାଙ୍କ କହିବା ଅନୁଯାୟୀ ଭିଗନକୁ ନେଇ ବହୁତଗୁଡ଼ିଏ ଭୁଲ୍‌ ଧାରଣା ରହିଛି। ଭିଗନମାନେ ତାଙ୍କ ଖାଦ୍ୟରେ ଉଚିତ ପରିମାଣରେ ଖାଦ୍ୟସାରର ମିଶ୍ରଣ କରିପାରିଲେ ତାଙ୍କୁ ପୋଷଣର ଅଭାବ ଦେଖାଯାଏ ନାହିଁ। ପୁଣି କୌଣସି ଖାଦ୍ୟର ଅନ୍ୟ ଏକ ଖାଦ୍ୟ ବିକଳ୍ପ ନୁହେଁ। ସବୁ ଖାଦ୍ୟରେ ଭିନ୍ନ ଭିନ୍ନ ଖାଦ୍ୟସାର ରହିଛି। ତେଣୁ ଆବଶ୍ୟକତା ଅନୁସାରେ ଖାଦ୍ୟ ଗ୍ରହଣ କରିବା ଉଚିତ। 

‘ପ୍ରାଣୀଜାତ ଲେଦର’ ବଦଳରେ ‘ପିନାଟେକ୍ସ’ ଓ ‘ମସ୍କିନ’ ଲେଦର
ବ୍ୟାଗ, ମନିପର୍ସଠାରୁ ଆରମ୍ଭ କରି ବେଲ୍ଟ ଆଦିରେ ବହୁ ପଶୁ ଚମଡ଼ା ଲାଗେ। ତେଣୁ ଭିଗନମାନେ ଏହି ଲେଦର୍‌ବ୍ୟାଗ୍‌ବଦଳରେ ସପୁରୀ ପତ୍ରର ତନ୍ତୁରେ ପ୍ରସ୍ତୁତ  ‘ପିନାଟେକ୍ସ’ ଲେଦର, କବକରୁ ପ୍ରସ୍ତୁତ ‘ମସ୍କିନ’ ଲେଦର, କଦଳୀ ଗଛର ତନ୍ତୁ, ନଡ଼ିଆ କତା, ନଳିତା ଆଦିରୁ ପ୍ରସ୍ତୁତ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ‘ଏଚ୍‌ଆଣ୍ଡ ଏମ୍‌’, ‘ଏନ୍‌ଏଏଇ’, ‘ମାସୁ’ ପରି ବହୁ ନାମୀଦାମୀ କମ୍ପାନି ଏବେ ଏହି ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe