ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ -୨୦୨୫: ‘ୱାନ୍ ପ୍ଲାନେଟ୍ ୱାନ୍ ହେଲଥ୍ ସମୟର ଆବଶ୍ୟକତା’

Advertisment

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୫’ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉଦ୍‌ଘାଟନ କରିଥିଲେ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୫’ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉଦ୍‌ଘାଟନ କରିଥିଲେ।

dfdfcvcv

ଭୁବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ରାଜ୍ୟସ୍ତରୀୟ ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୫’ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ବଶିଷ୍ଠ କହିଥିଲେ ଯେ ‘ୱାନ୍ ପ୍ଲାନେଟ୍ ୱାନ୍ ହେଲଥ୍’ ସମୟର ଆବଶ୍ୟକତା। ପ୍ରାଣୀ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସମ୍ମିଳିତ ପ୍ରଚେଷ୍ଟା ହେବା ଉଚିତ୍। ପରିବେଶ ସୁରକ୍ଷାରେ ପ୍ରାଣୀ ଚିକିତ୍ସକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ସେ କହିଥିଲେ। ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ସମସ୍ତ ଜିଲ୍ଲାରୁ ୩ଶହରୁ ଅଧିକ ପ୍ରାଣୀ ପାଳକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓ ‘ରାଷ୍ଟ୍ରୀୟ ଗୋକୁଲ ମିସନ’ ଉପରେ ଏକ କର୍ମଶାଳା ଆୟୋଜନ ହୋଇଥିଲା। ଏଥିରେ ବିସ୍ମିତା ନନ୍ଦୀ, ସତ୍ୟପ୍ରକାଶ ମହାପାତ୍ର ବିଶେଷଜ୍ଞ ଭାବେ ସହଯୋଗ କରିଥିବା ବେଳେ ରାଜୀବ ଶର୍ମା ଏହାକୁ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ଖୁଣ୍ଟିଆ, ସ୍ୱପ୍ନାନନ୍ଦ ମହାପାତ୍ର, ଓମ୍‌ଫେଡ୍‌ର ଉପମହାପ୍ରବଦ୍ଧକ ବିଶ୍ୱରଞ୍ଜନ ତ୍ରିପାଠୀ, ହାଡ଼ିବନ୍ଧୁ ଭୋଇ, ମିହିର କୁମାର ନାୟକ ପ୍ରମୁଖ ବିଭିନ୍ନ ସରକାରୀ ଯୋଜନା, ମଇଁଷି ପାଳନ ଆଦିରେ ମିଳୁଥିବା ଆର୍ଥିକ ସହାୟତା, ବୀମାର ଆବଶ୍ୟକତା ଆଦି ସମ୍ପର୍କରେ ପ୍ରାଣୀ ପାଳକଙ୍କୁ ସଚେତନ କରାଇଥିଲେ। ପରେ ପ୍ରାଣୀ ପାଳକ, ନାଗରିକ ସମାଜ ଓ ପ୍ରାଣୀ ଚିକିତ୍ସକ- ପ୍ରାଣୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଳଗତ ଆଭିମୁଖ୍ୟ’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ପ୍ରକାଶ ବିଶ୍ୱାସ, ଅମୀୟ ଲାଲ ପାତ୍ର ବିଶେଷଜ୍ଞ ଭାବେ ସହଯୋଗ କରିଥିବା ବେଳେ ସମାପିକା ମହାପାତ୍ର ସଞ୍ଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe