ଭାରତ ପାଇଁ ଅଟକିଲା ତୃତୀୟ ବିଶ୍ବଯୁଦ୍ଧ: ବିଶ୍ବଭୂଷଣ

Advertisment

ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ସ୍ଥାପନ

ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ସ୍ଥାପନ

ଭାରତ ପାଇଁ ଅଟକିଲା ତୃତୀୟ ବିଶ୍ବଯୁଦ୍ଧ: ବିଶ୍ବଭୂଷଣ

ଭୁବନେଶ୍ବର: ଆଜି ଭାରତ ବିଶ୍ବରେ ସବୁ କ୍ଷେତ୍ରରେ ମହାଶକ୍ତି ଭାବେ ଉଭା ହୋଇଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା ଭାରତ ପାଇଁ ଟଳିଛି। ଭାରତ ଏହି ଯୁଦ୍ଧରେ କୌଣସି ପକ୍ଷକୁ ସମର୍ଥନ ନ କରିବା ଫଳରେ ସାରା ବିଶ୍ବ ଏହି ମହାବିପତ୍ତିରୁ ରକ୍ଷା ପାଇଛି। ଯୁଦ୍ଧରେ ପକ୍ଷ ନେବା ପାଇଁ ଭାରତ ଉପରେ ଉଭୟ ରୁଷ୍‌ ଓ ଆମେରିକା ଚାପ ପକାଇଥିଲେ। କିନ୍ତୁ କାହାରି ଚାପ ଆଗରେ ନଇଁ ନଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୌଣସି ପକ୍ଷକୁ ଭାରତ ସମର୍ଥନ ନଦେଇ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ।

ଯାହାକି ତୃତୀୟ ବିଶ୍ବଯୁଦ୍ଧ ବିଭୀଷିକାରୁ ସାରା ବିଶ୍ବକୁ ଆଶ୍ବସ୍ତ କରିଛି। ଆଜି ଭୁବନେଶ୍ବର ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରାଙ୍ଗଣରେ ଶହେ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ସ୍ଥାପନ କରିବା ଅବସରରେ ଏହା କହିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଶହେ ଫୁଟ ଉଚ୍ଚର ଜାତୀୟ ପତାକାକୁ ସେ ଜାତୀୟତାବାଦ ଭାବର ଉଦ୍ରେକ ବୋଲି କହିଥିଲେ। ଉତ୍ସବରେ ବିଦ୍ୟାଳୟର ଚେୟାରମ୍ୟାନ ପବିତ୍ର ରାଉତରାୟ ଉଦ୍‌‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ଅଧ୍ୟକ୍ଷ ସ୍ବରୂପାନନ୍ଦ ମିଶ୍ର ଓ ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe