ନନ୍ଦନକାନନରେ ବିଶ୍ବ ଆର୍ଦ୍ରଭୂମି ଦିବସ: ପୋତି ହେଉଛି କିଆଖଣି ଓ କାଞ୍ଜିଆ ହ୍ରଦ

Advertisment
ନନ୍ଦନକାନନରେ ବିଶ୍ବ ଆର୍ଦ୍ରଭୂମି ଦିବସ: ପୋତି ହେଉଛି କିଆଖଣି ଓ କାଞ୍ଜିଆ ହ୍ରଦ

ବାରଙ୍ଗ: ଆଜି ନନ୍ଦନକାନନରେ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି। ଲୋକଙ୍କ ଭିତରେ ଆର୍ଦ୍ରଭୂମିର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ କାଞ୍ଜିଆ ଓ କିଆଖଣି ପ୍ରାକୃତିକ ହ୍ରଦଦ୍ବୟର ସୁରକ୍ଷା ଲାଗି ଏହି ଦିବସ ପାଳନ କରାଯାଉଛି। କିନ୍ତୁ ଏହି ଦୁଇ ହ୍ରଦର ଭବିଷ୍ୟତ ବିପଦମୁଖୀ ହୋଇପଡ଼ିଛି। କାଞ୍ଜିଆ ହ୍ରଦର ଶତକଡ଼ା ୩୦ ପ୍ରତିଶତ ପୋତି ହେବାକୁ ବସିଥିବା ବେଳେ ଏହାର ଜଳ ନିସ୍କାସନ ବାଟ ବି ବନ୍ଦ ହୋଇଗଲାଣି। ସେହିଭଳି କିଆଖଣି ହ୍ରଦର ଶତକଡ଼ା ୫୦ ଭାଗ ପୋତି ହୋଇଗଲାଣି। ନନ୍ଦନକାନନ କର୍ତ୍ତୃପକ୍ଷ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳନ କରୁଥିବା ବେଳେ ସରକାରୀ ଉଦାସୀନତା କାରଣରୁ ଏହି ଦୁଇ ପ୍ରାକୃତିକ ଜଳାଶୟ ପୋତି ହୋଇ ଧ୍ବଂସ ପାଇବାକୁ ଯାଉଛି।

ଚଳିତ ବର୍ଷ ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଅବସରରେ ଅନ୍‌ଲାଇନ୍‌ ପ୍ରତିଯୋଗିତା ଅୟୋଜନ କରିଛନ୍ତି। ଫେବ୍ରୁଆରି ୧ ସକାଳ ୬ଟା ଠାରୁ ୨ ତାରିଖ ରାତି ୯ଟା ପର୍ଯ୍ୟନ୍ତ ‘ଆର୍ଦ୍ରଭୂମିର ଭୂମିକା, ମଣିଷ ଓ ପ୍ରକୃତି’ ଉପରେ ଆଧାରିତ ଫଟୋଗ୍ରାଫି ପ୍ରତିଯୋଗିତା ଏବଂ ୨ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ‘ଆର୍ଦ୍ରଭୂମି ଓ ଏହାର ସଂରକ୍ଷଣ’ ଉପରେ ଆଧାରିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯାଇଛି। ତେବେ ନନ୍ଦନକାନନ କର୍ତ୍ତୃପକ୍ଷ ଜନ ସଚେତନତା ସୃଷ୍ଟି ପାଇଁ ଏହା କରୁଥିବା ବେଳେ କାଞ୍ଜିଆ ଓ କିଆଖଣି ହ୍ରଦ ପୋତି ହେବାକୁ ବସିଛି। ଏହି ଦୁଇ ହ୍ରଦର ସୁରକ୍ଷା ଓ ସଂରକ୍ଷଣ ଲାଗି ବୁଡୁ ନଦୀ ପର୍ଯ୍ୟନ୍ତ ଖନନ କରିବା ଓ ଜଳ ଅବରୋଧ ରାସ୍ତାରୁ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିବା ଲାଗି ହୋଇଥିବା ଘୋଷଣା ସେମିତି ରହିଯାଇଛି। ଜନ ସଚେତନତା କେବଳ ଦଳ ସଫେଇରେ ସୀମିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe