ନାବାର୍ଡ ପକ୍ଷରୁ ବିଶ୍ବ ମହିଳା ଦିବସ

Advertisment
ନାବାର୍ଡ ପକ୍ଷରୁ ବିଶ୍ବ ମହିଳା ଦିବସ

ଭୁବନେଶ୍ବର: ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହୋଟେଲ ମେ’ ଫେୟାର ସମ୍ମିଳନୀ କକ୍ଷରେ ବିଶ୍ବ ମହିଳା ଦିବସ ପାଳିତ ‌ହୋଇଯାଇଛି। ସମାନତାକୁ ଗ୍ରହଣ କରିବା ବିଷୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭା‌ବେ ମିସନ ଶକ୍ତିର କମିସନର ତଥା ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ, ଫିକି ମହିଳା ସଙ୍ଗଠନର ଅଧ୍ୟକ୍ଷା ନମ୍ରିତା ଚହଲ, ପିଜିଆଇଏମ୍‌ଇଆର୍‌ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶିକା ନିବେଦିତା ପାଣି, ଏସ୍‌ଏଲ୍‌ବିସିର ସଂଯୋଜକ ଗୌତମ ପାତ୍ର, ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟଭାସ୍କର ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିମା‌ନେ ଯୋଗଦେଇ ମହିଳା ସଶକ୍ତୀକରଣ ପାଇଁ ସରକାରଙ୍କ ବହୁବିଧ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଶ୍ରୀ ଉଦୟଭାସ୍କର ନାବାର୍ଡ ମହିଳାଙ୍କ ପାଇଁ ଯୋଗାଉଥିବା ବିଭିନ୍ନ ସହଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଯୋଗ ଦେଇଥିବା ଶହେ ମହିଳା ଉଦ୍ୟୋଗୀଙ୍କ ମଧ୍ୟରୁ ଅଣୁ ଉଦ୍ୟୋଗର ବିକାଶ ତଥା ଜୀବନ ଜୀବିକାର ପ୍ରୋତ୍ସାହନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୨୧ ଜଣ ଅଣୁ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀରୁ କ୍ଷୁଦ୍ର ଅଣୁ ସଂସ୍ଥା‌ରେ ରୂପାନ୍ତରିତ ହୋଇଥିବା ସଫଳତା କାହାଣୀ ଉପରେ ପର୍ଯ୍ୟବସିତ ଏକ ଭିଡିଓ ପ୍ରଦର୍ଶିତ ‌ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe