ଭୁବନେଶ୍ବର : କମିସନରେଟ୍ ଟ୍ରାଫିକ୍ ପୁଲିସ ୨ଶହଟି ‘ରଙ୍ଗ୍ରୁଟ୍ ପଏଣ୍ଟ’ ଚିହ୍ନଟ କରିଛି। ଏଥିରୁ ୬୦ଟି ସମ୍ବେଦନଶୀଳ ରହିଛି। ଏଣୁ ଏହି ସବୁ ଜାଗାମାନଙ୍କରେ ହୋର୍ଡିଂ ଜରିଆରେ ସଚେତନ କରାଇବା ପାଇଁ ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥା ପରେ ଯଦି କେହି ନ ମାନେ ତେବେ ନୂଆ ମୋଟର ଯାନ ଆଇନ ବଳରେ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି। ଏହି ସବୁ ସମ୍ବେଦନଶୀଳ ସ୍ଥାନ ମଧ୍ୟରେ ସହିଦ ନଗର ଥାନାରୁ ବାଣୀବିହାର, ବାଣୀବିହାର ଛକରୁ ଉତ୍କଳ ବିଶ୍ବବିଦ୍ୟାଳୟ, ସତ୍ସଙ୍ଗ୍ ଛକରୁ ବାଣୀବିହାର, ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କିରୁ ତନିସ୍କ କଟ୍, ଓମ୍ଫେଡ୍ ଛକରୁ ତନିସ୍କ କଟ୍ ପ୍ରଭୃତି ସ୍ଥାନ ରହିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/12/traffc-dfbk.jpg)