ଯଶୋଧାରା ମିଶ୍ରଙ୍କ ଗଳ୍ପ ସଂକଳନ ଉନ୍ମୋଚିତ

Advertisment
ଯଶୋଧାରା ମିଶ୍ରଙ୍କ ଗଳ୍ପ ସଂକଳନ ଉନ୍ମୋଚିତ

ଭୁବନେଶ୍ବର: ଯଶୋଧାରା ମିଶ୍ରଙ୍କ ଦୁଇଟି ଗଳ୍ପ ସଂକଳନ ‘ସବୁଠୁ ସୁଖୀ ଝିଅ’ ଓ ‘ଡାକ ମୁନ୍‌ସୀଙ୍କ ମା’ ହୋଟେଲ ମାରିଅନ୍‌ଠାରେ ଉନ୍ମୋଚିତ ହୋଇଛି। ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର, ଭାଷାବିତ୍ ଡି.ପି ପଟ୍ଟନାୟକ ଓ ଲେଖକ ପ୍ରଫୁଲ୍ଲ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାତକଡ଼ି ହୋତା, ଅନନ୍ତ ମହାପାତ୍ର, ଶାନ୍ତନୁ ଆଚାର୍ଯ୍ୟ, ଗୌରହରି ଦାସ, ସତ୍ୟାନନ୍ଦ ମିଶ୍ର, ହୃଷୀକେଶ ମଲ୍ଲିକ, ଅର୍ଚ୍ଚନା ନାୟକ, ଦେବଦାସ ଛୋଟରାୟ, କେଦାର ମିଶ୍ର, ସତ୍ୟ ମିଶ୍ର ଓ ସରୋଜିନୀ ସାହୁ ପ୍ରମୁଖ ସାହିତ୍ୟିକ ଉପସ୍ଥିତ ଥିଲେ। ଯଶୋଧାରାଙ୍କ ଗଳ୍ପ ଉପରେ ସମ୍ୟକ ଆଲୋକପାତ କରିଥିଲେ ଲେଖିକା ହିରଣ୍ମୟୀ ମିଶ୍ର, ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଯୁବଲେଖକ ସୁବ୍ରତ ସେନାପତି। ମଞ୍ଚ ସଞ୍ଚାଳନ କରିଥିଲେ ସୁନନ୍ଦା ପ୍ରଧାନ। ଶେଷରେ ପ୍ରକାଶକ ଅଶୋକ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe