ଭୁବନେଶ୍ୱର: ପତଞ୍ଜଳି ଓ ଭାରତୀୟ ସ୍ୱାଭିମାନ ନ୍ୟାସ ତରଫରୁ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସରେ ଆଜି ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ପଡ଼ିଆରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଯୋଗ ଦେଇ ଶରୀର ନିମନ୍ତେ ଯୋଗ ପ୍ରାଣାୟମର ଉପାଦେୟତା ସଂପର୍କରେ ବୁଝାଇଥିଲେ। ଯୋଗ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ପରିଚୟ ଦେଇଛି। ଏହା କୌଣସି ଧର୍ମ ଭିତରେ ସୀମିତ ନ ହୋଇ ସାରା ବିଶ୍ୱରେ ସମ୍ପ୍ରସାରିତ ହୋଇଛି। ପୂର୍ବ ପୁରୁଷମାନେ ଯୋଗର ମହିମାକୁ ବୁଝି ସୁଖ, ଶାନ୍ତି ଓ ସୁସ୍ଥ ଜୀବନ ଯାପନ କରି ଆସୁଛନ୍ତି। ଏବେ ଏହାକୁ ବାବା ରାମଦେବ ଜୀ ଘରେ ଘରେ ପହଞ୍ଚାଇଛନ୍ତି। ଏହା ଦ୍ୱାରା ଜୀବନକୁ ସୁସ୍ଥ, ସୁନ୍ଦର, ଶାନ୍ତି ଓ ଆନନ୍ଦମୟ ଜୀବନରେ ରୂପାନ୍ତରିତ କରିହେବ ବୋଲି ଗଜପତି ମହାରାଜ କହିଛନ୍ତି। ସମ୍ମାନିତ ଅତିଥି ଭାବେ ହରିଦ୍ୱାରର ପତଞ୍ଜଳି ଯୋଗପୀଠର ସନ୍ନ୍ୟାସୀ ସ୍ୱାମୀ ଓମ୍ ଦେବ ଜୀ ଯୋଗ ଦେଇ କହିଲେ ଯେ, ଏହି ଦିବସକୁ ପ୍ରତୀକାତ୍ମକ ରୂପେ କେବଳ ଦିନେ ନୁହେଁ ବର୍ଷର ୩୬୫ଦିନ ଯୋଗ ଓ ପ୍ରାଣାୟମ କରିବା ଉଚିତ। ଭାରତ ସ୍ୱାଭିମାନ ରାଜ୍ୟପ୍ରଭାରୀ ଯୋଗ ବିଶାରଦ ଆୟୁଷ ମନ୍ତ୍ରଳାୟ ଅଧିକାରୀ ସୁଧାଂଶୁ ଶେଖର ଯୋଗକୁ ସଂଗୀତ ସହ ଅଭ୍ୟାସ କରାଇଥିଲେ। ଏଥିରେ ପ୍ରାୟ ୩୦୦୦ ଲୋକ ଅଂଶ ଗ୍ରହଣ କରଥିିବା ବେଳେ ଗଜପତି ମହାରାଜ ଓ ସ୍ୱାମୀ ଓମ୍ ଦେବ ଜୀ ମଧ୍ୟ ଯୋଗ କରିଥିଲେ। ଖୋର୍ଧା ଜିଲ୍ଲା ପତଞ୍ଜଳି ପ୍ରଭାରୀ ସୀତାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ମଣ୍ଡଳ ପ୍ରଭାରୀ ପୃଥ୍ଵୀରାଜ ପ୍ରଧାନ, ରାଜ୍ୟ ଯୁବ ପ୍ରଭାରୀ ପୀତାମ୍ବର ସାହୁ, ମୋଟାପା ନିୟନ୍ତ୍ରଣ ରାଜ୍ୟ ସଂଯୋଜକ କ୍ଷୀତିଶ ପଟ୍ଟନାୟକ, ମହାନଗର ପ୍ରଭାରୀ ବୀରବର ବିଶ୍ୱାଳ, ମହିଳା ପ୍ରଭାରୀ ସୁଜାତା ମିଶ୍ର, ପାଟ୍ରନ ସଭ୍ୟା ସୁନନ୍ଦା ରଥ, କାର୍ଯ୍ୟକାରିଣୀ ସଦସ୍ୟା ସନ୍ଧ୍ୟାରାଣୀ ମିଶ୍ର, ଜିଲ୍ଲା କୃଷକ ପ୍ରଭାରୀ ସୁଧାଂଶୁ ପରିଜା ପ୍ରମୁଖ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us