Advertisment

Yogathan 2026: ଯୋଗାଥନ୍‌ ୨୦୨୬: ‘ସୁସ୍ଥ ରହିବା ପାଇଁ ଯୋଗ ଉତ୍କୃଷ୍ଟ ମାଧ୍ୟମ’

Advertisment

କଳାଘୁମର ପିଚୁ ରାସ୍ତା ଉପରେ ବିଚ୍ଛୁରିତ ହୋଇ ପଡ଼ୁଥାଏ ଷ୍ଟ୍ରିଟ୍‌ ଲାଇଟ୍‌। ପୂରା ପରିବେଶ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ଠିକ୍‌ ଏହି ସମୟରେ ସୁଲୁସୁଲିଆ ପବନରେ ଭାସି ଆସୁଥିଲା ଗାୟତ୍ରୀ ମନ୍ତ୍ରର ଧ୍ୱନି।

କଳାଘୁମର ପିଚୁ ରାସ୍ତା ଉପରେ ବିଚ୍ଛୁରିତ ହୋଇ ପଡ଼ୁଥାଏ ଷ୍ଟ୍ରିଟ୍‌ ଲାଇଟ୍‌। ପୂରା ପରିବେଶ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ଠିକ୍‌ ଏହି ସମୟରେ ସୁଲୁସୁଲିଆ ପବନରେ ଭାସି ଆସୁଥିଲା ଗାୟତ୍ରୀ ମନ୍ତ୍ରର ଧ୍ୱନି।

gfjdgjdgjgjcbn

ଭୁବନେଶ୍ୱର: କଳାଘୁମର ପିଚୁ ରାସ୍ତା ଉପରେ ବିଚ୍ଛୁରିତ ହୋଇ ପଡ଼ୁଥାଏ ଷ୍ଟ୍ରିଟ୍‌ ଲାଇଟ୍‌। ପୂରା ପରିବେଶ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ଠିକ୍‌ ଏହି ସମୟରେ ସୁଲୁସୁଲିଆ ପବନରେ ଭାସି ଆସୁଥିଲା ଗାୟତ୍ରୀ ମନ୍ତ୍ରର ଧ୍ୱନି। ଥଣ୍ଡା ପାଗରେ ସକାଳ ପ୍ରାୟ ସାଢ଼େ ୪ଟାରୁ ରାମମନ୍ଦିର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳପଡ଼ିଆରେ ଏକାଠି ହୋଇଯାଇଥିଲେ ଶହ ଶହ ଯୋଗପ୍ରେମୀ। ଏଭଳି କିଛି ରମଣୀୟ ପରିବେଶ ‘ସମ୍ୱାଦ’ ଓ ‘ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ’ର ମିଳିତ ଆନୁକୁଲ୍ୟରେ ଆୟୋଜିତ ସପ୍ତମ ‘ଯୋଗାଥନ ୨୦୨୬’ର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୁଲିସ ହାଉସିଂ ଏବଂ ୱେଲଫେୟାର କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ ସୁସ୍ଥ ଓ ନିରୋଗ ରହିବା ପାଇଁ ସବୁଠୁ ଉତ୍କୃଷ୍ଟ ଓ ସରଳ ମାଧ୍ୟମ ହେଉଛି ଯୋଗ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ସମସ୍ତେ ଯୋଗ କରିବା ଆବଶ୍ୟକ।

Sasankasana Yoga: ପିଠି ଦରଜ ରହୁଛି କି? ଏଥିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଶଶାଙ୍କା‌ସନ...

‘ସମ୍ୱାଦ’ର ଏହି କାର୍ଯ୍ୟକ୍ରମ ପ୍ରତି କୋଣ ଅନୁକୋଣରେ ପହଞ୍ଚୁ ବୋଲି ସେ ମତ ଦେଇଥିଲେ। ଏଥିରେ ଅତିଥି ଭାବେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ଶ୍ରୀମଦ୍‌ ଭଗବତ ଗୀତର ଉଦାହରଣ ଦେଇ ଯୋଗକୁ ଏକ ଯାତ୍ରା ବୋଲି ଅବିହିତ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା‌ ଉତ୍ତରଦାୟିତ୍ବକୁ ଦୃଷ୍ଟିରେ ରଖି ସବୁଆଡ଼େ ଆମେ ଏହି କାର୍ଯ୍ୟକ୍ରମ କରୁଛୁ ବୋଲି କହିଥିଲେ। ଆୟୁଷ ନିର୍ଦ୍ଦେଶକ ଅଞ୍ଜନା ପଣ୍ଡା ଓଡ଼ିଶା ସରକାର ବର୍ତ୍ତମାନ ଯୋଗକୁ ଉତ୍ସାହିତ କରୁଛନ୍ତି ବୋଲି କହିଥିଲେ। ଅନ୍ୟନ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ-୧ ଅଧ୍ୟକ୍ଷ ଆଦିତ୍ୟ କୁମାର ପଣ୍ଡା, ‘ଫ୍ରିଡମ୍‌ ଅଏଲର ରାଜ୍ୟ ମୁଖ୍ୟ ଅମିୟ ଧଳ, ବ୍ରହ୍ମକୁମାରୀ ଦୁର୍ଗେଶ ନନ୍ଦିନୀ, ଆସୋସିଏସନର ସଭାପତି କବି ପ୍ରସାଦ ମହାପାତ୍ର, ସମ୍ପାଦକ ଦୀପକ ଗିରି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେଲଥ୍‌ ଭିଲେଜ ହସ୍ପିଟାଲର ବିଶେଷଜ୍ଞ ଡା. ରାମକୃଷ୍ଣ ପାତ୍ର ଓ ସୋଭନ କୁମାର ରଥ ହସ୍ପିଟାଲ ପକ୍ଷରୁ ଯନ୍ତ୍ରଣା ଦୂର କରିବା ପାଇଁ ଦିଆଯାଉଥିବା ଚିକିତ୍ସା ଉପରେ କହିଥିଲେ।

fshjshfhfsxvbbv

Yoga: ସୁସ୍ଥ ରହିବା ପାଇଁ ଯୋଗ ଉତ୍କୃଷ୍ଟ ମାଧ୍ୟମ: ସୌମେନ୍ଦ୍ର

ଯୋଗଗୁରୁ ମନୋଜ ରାଉତଙ୍କ ବିଭିନ୍ନ ସୂକ୍ଷ୍ମ ଆସନରୁ ଆରମ୍ଭ ହୋଇଥିଲା ଯୋଗାଭ୍ୟାସ। ଏହା ପରେ ସୂର୍ଯ୍ୟଙ୍କ ଆଗମନକୁ ଲକ୍ଷ୍ୟ କରି ଆରମ୍ଭ ହୋଇଥିଲା ସୂର୍ଯ୍ୟ ନମସ୍କାର। ପରେ ପରେ ଯୋଗାଚାର୍ଯ୍ୟ ଲକ୍ଷ୍ମୀନାରାୟଣ ପାଢ଼ୀଙ୍କ ଦ୍ବାରା ପ୍ରାଣାୟମ ଯୋଗାଭ୍ୟାସ କରାଯାଇଥିଲା। ଏଥିରେ କପାଳଭାତି, ନାଡ଼ିଶୋଧନ ଆଦି ପ୍ରାଣାୟମ କରାଯାଇଥିଲା। ପରେ ନବକିଶୋର ମହାନ୍ତି ସମସ୍ତଙ୍କୁ ଧ୍ୟାନ ମାଧ୍ୟମରେ ନିଜର ସତ୍ତାକୁ ଅନୁଭବ କରାଇଥିଲେ। ସେହିପରି ଉଷାନ୍ତିଲତା ହୋତା ହସ ଯୋଗ ମାଧ୍ୟମରେ ପରିବେଶକୁ ଜମାଇଦେଇଥିଲେ। ଆର୍‌ଜେ ନିରଦ ଆର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ।

ମନ୍ତ୍ରମୁଗ୍ଧ କଲା ଯୋଗ ନୃତ୍ୟ

କୋଚ୍‌ ଚନ୍ଦ୍ରକାନ୍ତ ବାରିକଙ୍କ ପରିଚାଳନାରେ ଡିଭାଇନ ସ୍ପୋର୍ଟସ ଏକାଡେମୀର କଳାକାରମାନେ ନିଜ ଯୋଗ ମୁଦ୍ରାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହାପରେ ‘ୟୋଗ ଗୁଡ୍‌ ଫର ହେଲଥ୍‌’ର ଓମ୍‌ କୁମାର ପାତ୍ରଙ୍କ କଳା ପ୍ରଦର୍ଶନ ଲୋକଙ୍କୁ ଚକିତ କରିଦେଇଥିଲା। ପରେ କୋଚ୍‌ ବସନ୍ତ କୁମାର ପାତ୍ରଙ୍କ ପରିଚାଳନାରେ ସେହି ଅନୁଷ୍ଠାନର ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀ ଅଙ୍କିତା ସାହୁଙ୍କ ପରିବେଷଣ ଲୋକଙ୍କୁ ବାନ୍ଧି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe