ଯୋଗଦା ସତସଙ୍ଗ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା

ଯୋଗଦା ସତସଙ୍ଗ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା

ଭୁବନେଶ୍ବର : ଯୋଗଦା ସତସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି। ସଂସ୍ଥା ପକ୍ଷରୁ ଜରିପାଲ, ଟର୍ଚ ଲାଇଟ୍, ଚଦର, ଶାଢ଼ି, ଲୁଙ୍ଗି, ଟାୱେଲ, ବିସ୍କୁଟ୍, ଗୁଣ୍ଡ କ୍ଷୀର, କ୍ୟାଣ୍ଡେଲ, ଦିଆସିଲି, ଓଡୋମସ୍, ପ୍ଲାଷ୍ଟିକ୍ ପଙ୍ଖା, ବ୍ଲିଚିଂ ପାଉଡର, ସାବୁନ, ଡିଟରଜେଣ୍ଟ ପ୍ରଭୃତିକୁ ମିଶାଇ ୧ ହଜାର କିଟ୍ ବଣ୍ଟନ କରାଯାଇଛି। ପୁରୀ ଜିଲ୍ଲାର ମିର୍ଜାପୁର, ରାଇପୁର ଓ ପାବର୍ତୀପୁର ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ଏହି କିଟ୍ ବଣ୍ଟା ଯାଇଛି। ରିଲିଫ୍ ଛଡ଼ା ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫ଲକ୍ଷ ଟଙ୍କାର ସହାୟତା ମଧ୍ୟ ଦିଆଯାଇଥିବା ସୂଚନା ଦିଆଯାଇଛି। ଯୋଗଦା ସତସଙ୍ଗର ଓଡ଼ିଶା ଶାଖା ସମେତ ଦେଶରେ ଥିବା ୱାଇଏସ୍‌ଏସ୍‌ କେନ୍ଦ୍ର ଓ ଆଶ୍ରମ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ସବୁବେଳେ ସହାୟତା ପାଇଁ ରହିଛନ୍ତି ବୋଲି ସଂସ୍ଥାର ସଭାପତି ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ଗିରି କହିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe