ବିଲରେ ଟଳି ପଡ଼ିଲେ ଯୁବଚାଷୀ

Advertisment
ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

ବାଲିଅନ୍ତା : ‌ସୋମବାର ମଧ୍ୟାହ୍ନରେ ବାଳକାଟି ଫାଣ୍ଡି ଅଧୀନ ବୁଦ୍ଧିପଡ଼ା ଗ୍ରାମରେ ବିଲକୁ ଧାନ ତଳି ବୋହୁଥିବା ବେଳେ ହଠାତ୍ ଜଣେ ଯୁବଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସହଦେବ ଜେନା‌ (୪୦)। ସୂଚନାନୁସାରେ ସହଦେବ ଆଜି ତାଙ୍କ ଜମିକୁ ତଳି ମୁଣ୍ଡେଇ ଯାଉଥିଲେ। ବିଲରେ ତଳି ରୁଆ ଚାଲିଥିଲା। ତାଙ୍କ ବିଲଠାରୁ ଅଳ୍ପ କିଛି ଦୂରରେ ସେ ହଠାତ୍ ପଡ଼ି ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ସେ ତଳୁ ନ ଉଠିବା ଦେଖି ପାଖରେ କାମ କରୁଥିବା ଚାଷୀମାନେ ତାଙ୍କ ପାଖକୁ ଧାଇଁ ଯାଇଥିଲେ। ସହଦେବଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ଥିବା ଦେଖି ସେମାନେ ତୁରନ୍ତ ତାଙ୍କୁ ଗାଁକୁ ଟେକି ନେଇଥିଲେ ଓ ପରିବାର ଲୋକେ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଖରା ଓ ପ୍ରଚଣ୍ଡ ଗୁଳୁଗୁଳି ହେଉଥିବାରୁ ସହଦେବ ଅଂଶୁଘାତର ଶିକାର ହୋଇଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ନ କରି ପରିବାର ଲୋକେ ଅନ୍ତିମ ସତ୍କାର କରି ସାରିଛନ୍ତି। ପୂରଣପଧାନ ସରପଞ୍ଚ ଝିଲ୍ଲୀ ସ୍ବାଇଁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe