ମହିଳା ଥାନାରେ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗିରଫ

Advertisment

ପତ୍ନୀ ନିର୍ଯାତନା ମାମଲାରେ ଚାଲିଥିଲା କାଉନ୍‌ସେଲିଂ

ପତ୍ନୀ ନିର୍ଯାତନା ମାମଲାରେ ଚାଲିଥିଲା କାଉନ୍‌ସେଲିଂ

ମହିଳା ଥାନାରେ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗିରଫ

OdishaTV

ଭୁବନେଶ୍ବର: ବିବାହର ୧୮ ବର୍ଷ ପରେ ପତ୍ନୀ ନିର୍ଯାତନା ମାମଲାରେ ସ୍ବାମୀଙ୍କୁ ମହିଳା ଥାନାରେ ଚାଲିଥିଲା କାଉନ୍‌ସେଲିଂ। ସ୍ବାମୀ ହଠାତ୍ ରାଗି ଯାଇ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ପୁଲିସ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେ ହେଲେ ବଡ଼ଗଡ଼ ଥାନା କେନାଲ ରୋଡ୍ ଲକ୍ଷ୍ମୀବିହାର ଅଞ୍ଚଳର ଉଦୟ ଶଙ୍କର ସାହୁ। ପୁଲିସ ସୂଚନାନୁସାରେ ୧୮ ବର୍ଷ ତଳେ ଉଦୟ ବିବାହ କରିଥିଲେ। ସେମାନଙ୍କର ୪ ବର୍ଷର ପୁତ୍ର ସନ୍ତାନ ଅଛି। ତେବେ ବିଭିନ୍ନ ସମୟରେ ଉଦୟ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଆଜି ମହିଳା ଥାନାରେ ଉଦୟକୁ କାଉନ୍‌ସେଲିଂ କରାଯାଉଥିବା ବେଳେ ରାଗରେ ସେ ଏଭଳି କା‌ଣ୍ଡ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe