Times of India
ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଖାରବେଳନଗରରେ ରହୁଥିବା ସୁନ୍ଦରଗଡ଼ର ଅଙ୍କୁଶ ଆଚାର୍ଯ୍ୟ। ନାବାଳିକାର ମା’ଙ୍କ ଅଭିଯୋଗ ଅନୁସାରେ ଗତ ୧୩ ତାରିଖ ଦିନ ଅପରାହ୍ନରେ ତାଙ୍କ ଝିଅ ଟ୍ୟୁସନ୍ ଯାଉଥିବା ବେଳେ ଅଙ୍କୁଶ ତାଙ୍କୁ ଅଟକାଇ ଟଣାଓଟରା କରିଥିଲା।
ନାବାଳିକା ବିକଳରେ ପଳାଉଥିବା ବେଳେ ବି ଅଙ୍କୁଶ ଟ୍ୟୁସନ୍ ପର୍ଯ୍ୟନ୍ତ ଗୋଡ଼େଇ ଗୋଡ଼େଇ ତାଙ୍କୁ ଟଣାଓଟରା କରିଥିଲା। ଟ୍ୟୁସନ୍ ଯାଇନପାରି ଶେଷରେ ନାବାଳିକା କାନ୍ଦିକାନ୍ଦି ଘରକୁ ଫେରିଥିଲେ। ଏନେଇ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Follow Us