ବିମାନବନ୍ଦରରୁ ଯୁବକ ଗିରଫ, ବନ୍ଧୁକ ଜବତ

Advertisment
ବିମାନବନ୍ଦରରୁ ଯୁବକ ଗିରଫ, ବନ୍ଧୁକ ଜବତ

ଭୁବନେଶ୍ବର : ବୁଧବାର ସନ୍ଧ୍ୟାରେ ଜଣେ ବିମାନଯାତ୍ରୀଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି। ବ୍ୟାଗେଜ୍‌ ସ୍କାନର ବେଳେ ବ୍ୟାଗ୍‌ ଭିତରେ ଚୋରା ଦେଶୀ ବନ୍ଧୁକ ଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ବିମାନବନ୍ଦର ସିକ୍ୟୁରିଟି ଇନ୍‌ଚାର୍ଜ ପ୍ରଶାନ୍ତ ଦାସମହାପାତ୍ର ଧରିଛନ୍ତି। ସେ ବନ୍ଧୁକ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। ତାଙ୍କୁ ଏୟାରପୋର୍ଟ ଥାନା ଜିମା ଦିଆଯାଇଛି। ସମ୍ପୃକ୍ତ ଯୁବକ ହେଉଛନ୍ତି ପୁରୀ କୃଷ୍ଣପ୍ରସାଦର ରାମଚନ୍ଦ୍ର ଜେନା(୨୩)। ଏୟାର ଏସିଆ ଫ୍ଲାଇଟ୍‌ ନଂ. ୧୫୧୫୬୩ ଯୋଗେ ସେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାଉଥିଲେ। ସେଠାରୁ ଚେନ୍ନାଇ ଯାଇଥାନ୍ତେ। ଏୟାରପୋର୍ଟ ଥାନା ପୁଲିସ ତାଙ୍କୁ ଗିରଫ କରିବା ସହ ବନ୍ଧୁକ ନେଇ ପଚରା ଉଚରା କରୁଛି। ତାଙ୍କ ନାମରେ ଅନ୍ୟ ଥାନାରେ ମାମଲା ଅଛି କି ନାହିଁ? ବନ୍ଧୁକ ତାଙ୍କ ପାଖକୁ କେମିତି ଆସିଲା? କ’ଣ ପାଇଁ ସେ ବନ୍ଧୁକ ନେଇ ଯାଉଥିଲେ? ତାଙ୍କ ସହିତ ଆଉ କିଏ ଅଛନ୍ତି କି ନାହିଁ ସେ ନେଇ ଅଧିକ ପଚରା ଉଚରା ହେଉଛି ବୋଲି ପୁଲିସ କହିଛି। ଏନେଇ କୃଷ୍ଣପ୍ରସାଦ ଥାନାକୁ ମଧ୍ୟ ସୂଚନା ଦିଆଯାଇଛି। ସମ୍ପୃକ୍ତ ଥାନାରୁ ଅଧିକ ତଥ୍ୟ ମଗାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ।

publive-image

କୃଷ୍ଣପ୍ରସାଦ ଥାନା ଇନ୍‌ସ୍‌ପେକ୍ଟର ଅଭିମନ୍ୟୁ ନାୟକ କହିଛନ୍ତି, ଏ ନେଇ ଆମକୁ ସୂଚନା ମିଳିଛି। ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ କୃଷ୍ଣପ୍ରସାଦ ଥାନାରେ ପୂର୍ବରୁ ମାମଲା ନାହିଁ। କିନ୍ତୁ ବନ୍ଧୁକ କେଉଁଠୁ ଆସିଲା? ଏଠାରେ ତା’ର କାମ କ’ଣ ଥିଲା ସେ ନେଇ ଆମେ ତା’ର ପରିବାରବର୍ଗ ସହିତ ଆଲୋଚନା କରୁଛୁ ବୋଲି କହିଛନ୍ତି।

ସୂଚନା ମୁତାବକ, ରାମଚନ୍ଦ୍ର ଚେନ୍ନାଇରେ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନିରେ ସୁପରଭାଇଜର ଭାବରେ କାମ କରନ୍ତି। ଗତ ନଭେମ୍ବର ୨୫ ତାରିଖରେ ସେ ଘରକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe