ପ୍ରେମିକା ବାହା ହୋଇଗଲା ବୋଲି ଫ୍ୟାନ୍‌ରେ ଝୁଲି ପଡ଼ିଲେ ଯୁବକ

Advertisment
ଓଡ଼ିଶାରେ ପାରିବାରିକ ଆତ୍ମହତ୍ୟା ସର୍ବାଧିକ

Telegraph India

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଆଜି ଜବତ କରିଛି। ମୃତକ ହେଲେ ସାମନ୍ତରାପୁର ସଞ୍ଜୀବନୀ ହସ୍ପିଟାଲ୍‌ ନିକଟ ସାଇସ୍ମୃତି ଭବନରେ ରହୁଥିବା ଭଦ୍ରକର ନୀଳାମ୍ବର ସ୍ବାଇଁ(୨୭)। ବେକକୁ ଗାମୁଛାରେ ବାନ୍ଧି ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରେମରେ ବିଫଳ ହୋ‌ଇ କିଛି ଦିନ ହେଲା ମାନସିକ ଅବସାଦରେ ଥିବା ନୀଳାମ୍ବର ଶେଷରେ ଏଭଳି ଚରମ ପଦକ୍ଷେପ ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପରିବାର ପକ୍ଷରୁ ପୁଲିସକୁ ଦିଆଯାଇଥିବା ସୂଚନା ଅନୁଯାୟୀ ନୀଳାମ୍ବର ତାଙ୍କ ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘ ବର୍ଷ ଧରି ପ୍ରେମ କରୁଥିଲେ। କିନ୍ତୁ କୌଣସି କାରଣରୁ ନୀଳାମ୍ବରଙ୍କୁ ଛାଡ଼ି ଯୁବତୀ ଅନ୍ୟତ୍ର ବିବାହ କରିଯିବାରୁ ନୀଳାମ୍ବର ମାନସିକ ଚାପରେ ଥିଲେ। ଏହି ଦୁଃଖରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୁଲିସକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe