ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

Advertisment
ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିପାଟଣା: ଗତକାଲି ରାତିରେ ନିଜ ଘର ଭିତରେ ଅକାଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।  ଭୁବନେଶ୍ୱର ଉପକଣ୍ଠ ଭାପୁର ନାଥ ସାହିର ଗୟାଧର ନାଥଙ୍କ ପୁଅ  ସୁମନ୍ତ ନାଥ ଓରଫ ଧୂଳ (୨୯ )ଙ୍କ ଫ୍ୟାନ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣା ପଡିଛି। ଏନେଇ ବାଲିପାଟଣା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ସୂଚନା ଅନୁସାରେ, ବନମାଳୀପୁର ଫାଣ୍ଡି ଅଧୀନ ଭାପୁର ନାଥ ସାହିର ସୁମନ୍ତ ଗତକାଲି ରାତି ପ୍ରାୟ ସାଢେ ୧୧ ଟାରେ ଖାଇ ସାରି ଘର ଛାତ ଉପରକୁ ଶୋଇବା ପାଇଁ ଯାଉଥିଲେ। ଗୁଳୁଗୁଳି ଯୋଗୁଁ ସାଙ୍ଗରେ ଟେବୁଲ ଫ୍ୟାନ ନେଇ ଯାଉଥିବା ସମୟରେ ହଠାତ ତାଙ୍କୁ କରେଣ୍ଟ ମାରିଥିଲା। ସେହିଠାରେ ସେ ଟଳି ପଡିଥିଲେ। ପରିବାର ଲୋକେ ଦଉଡ଼ି ଆସି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଲାଇନ କାଟି ଉଦ୍ଧାର କରିବା ପରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠା‌ରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଆଜି ଥାନାରେ ଅଭିଯୋଗ ହୋଇଥିବା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି। ଅକାଳରେ ମୃତ୍ୟୁ ବରଣ କରିଥିବା ସୁମନ୍ତ ପରିବାରର ଏକମାତ୍ର ପୁଅ ଅଟନ୍ତି। ୩ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା। ଯୁବକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe