ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ: ଉଦ୍ଧାର କଲେ ଅଗ୍ନିଶମବାହିନୀ

Advertisment
ଆତ୍ମହତ୍ୟା କରିବାକୁ ଯାଇ ବ୍ରିଜରେ ଫସିଗଲେ ଯୁବକ: ଉଦ୍ଧାର କଲେ ଅଗ୍ନିଶମବାହିନୀ

ଭୁବନେଶ୍ୱର: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଇ ବିଫଳ ହୋଇଥିବା ଜଣାଯାଇଛି। ଆତ୍ମହତ୍ୟା କରିବାକୁ ଯାଇଥିଲେ ମଝି ନଦୀରେ ବ୍ରିଜରେ ଫସିଗଲେ ଯୁବକ। ଦୀର୍ଘ ଘଣ୍ଟାର ଅପରେସନ୍ ପରେ ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଶେଖ ଜାହାଙ୍ଗୀର ନାମକ ଜଣେ ଯୁବକ ପାରିବାରିକ କଳହ କାରଣରୁ ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଆସିଥିଲେ।

ବ୍ରିଜ୍ ଉପରେ ନିଜ ବାଇକ୍ ରଖି ଆତ୍ମହତ୍ୟା ଉଦ୍ୟମ ପାଇଁ ବ୍ରିଜ୍ ପିଲାର ଦେଇ ତଳକୁ ଓହ୍ଲାଇ ଥିଲେ। ହେଲେ ସେଠାରୁ ଆଉ ପାଣିକୁ ଡେଇଁ ନପାରି ପିଲାର ମଝିରେ ଫସି ରହିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଦେଖିବା ପରେ ବାଙ୍କୀ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଡମପଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe