ଭୁବନେଶ୍ବର: ୟୁନିଟ୍‌-୬ ଗଙ୍ଗନଗର ବସ୍ତିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୧୦ ଦୁର୍ବୃତ୍ତ

Advertisment
ଭୁବନେଶ୍ବର: ୟୁନିଟ୍‌-୬ ଗଙ୍ଗନଗର ବସ୍ତିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୧୦ ଦୁର୍ବୃତ୍ତ

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। ୟୁନିଟ୍‌-୬ରେ ଗଙ୍ଗନଗର ବସ୍ତିରେ ୧୦ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ୧୦ ଜଣ ମିଶି ଖଣ୍ଡାରେ ହାଣି ପକାଇଥିବାରୁ ଯୁବକର ବାମ ହାତରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍‌ପିଟାଲାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ହେଉଛି କାହ୍ନା ନାୟକ।

ଆଜିର ଘଟଣା ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଛି। କାହ୍ନାର ୟୁନିଟ ୬ ବସ୍ତିରେ ଏକ କ୍ୟାବିନ ପକାଇବାକୁ ନେଇ କିଛି ଯୁବକଙ୍କ ସହ ୪ ମାସ ତଳେ ଝଗଡା ହୋଇଥିଲା। ଯୁବକମାନେ କ୍ୟାବିନ ଭଙ୍ଗାରୁଜା କରିବା ସହ ପରିବାର ଲୋକଙ୍କୁ ମାଡ ମାରିଥିଲେ। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ ପୁଲିସ ମାମଲା ରୁଜୁ କରିଥିଲା। ପୁଲିସରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ଯୁବକମାନଙ୍କର ରାଗ ପଞ୍ଚମକୁ ଚଢ଼ିଥିଲା।
ଆଜି କାହ୍ନା ସାଇ ମନ୍ଦିର ନିକଟରେ ବସିଥିବା ବେଳେ ମୁହଁରେ ଗାମୁଛା ବାନ୍ଧି ଯୁବକମାନେ ବୁଲେଟ୍‌ ଓ ପଲ୍‌ସର୍‌ରେ ଆସି କାହ୍ନାକୁ ଖୋଜିଥିଲେ। ଏମାନଙ୍କୁ ଦେଖିବା ପରେ କାହ୍ନା ସାଇ ମନ୍ଦିର ଭିତରୁ ବାହାରି ଜୀବନ ବିକଳରେ ଦଉଡ଼ିଥିଲା। ଏକ ଗୋବର ଖାତରେ ପଡ଼ିଯିବାରୁ ଯୁବକମାନେ ମିଶି ଖଣ୍ଡାରେ ହାଣି ପକାଇଥିଲେ। କ୍ୟାବିନ୍‌କୁ ନେଇ ହୋଇଥିବା ଗଣ୍ଡଗୋଳରୁ ଏହି ଆକ୍ରମଣ ହୋଇଥିବା ପୁଲିସ କହିଛି। ତେବେ ଅପରାଧରେ ବ୍ୟବହୃତ ଗାଡ଼ି ନମ୍ବରରୁ ପୁଲିସ ଅପରାଧୀଙ୍କୁ ଚିହ୍ନଟ କରିଛି। ମୁଖ୍ୟ ଅଭିଯୁକ୍ତ ପାପୁନି ନାୟକ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe