ରେଳ ଷ୍ଟେସନରେ ଯୁବକଙ୍କୁ ହତ୍ୟା!

ବୁଲିବୁଲି ବିକୁଥିଲେ ଗୁଟଖା, ସିଗାରେଟ୍‌; ପରିଚୟ ମିଳୁନି, ସିସିଟିଭି ଯାଞ୍ଚ କରୁଛି ପୁଲିସ

ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଛି। ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରୁଛି ରେଳବାଇ ପୁଲିସ। ମୃତକଙ୍କର ପରିଚୟ ମିଳି ନ ଥିବା ବେଳେ ପୁଲିସ ଛାନଭିନ୍ ଚଳାଇଛି। ଯଦି ହତ୍ୟା କରାଯାଇଛି କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ତଦନ୍ତକାରୀ ଟିମ୍ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣଙ୍କ ରେଳ ଷ୍ଟେସନ ଅଞ୍ଚଳରେ ଗୁଟଖା, ସିଗାରେଟ୍ ବିକ୍ରି କରନ୍ତି। ରାତିରେ ଅନେକ ନିଶାସକ୍ତ ଯୁବକ ଓ ଦୁର୍ବୃତ୍ତ ଗୁଟଖା ଓ ସିଗାରେଟ୍ କିଣିବାକୁ ତାଙ୍କ ପାଖକୁ ଯାଆନ୍ତି। ଆଜି ସକାଳୁ ଷ୍ଟେସନରେ ଥିବା ଏଟିଏମ୍ କାଉଣ୍ଟର ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୁଟଖା, ସିଗାରେଟ୍ କିଣିବାକୁ ଆସୁଥିବା କେହି ଦୁର୍ବୃତ୍ତଙ୍କ ସହ ତାଙ୍କର ପାଟିତୁଣ୍ଡ କିମ୍ବା ଲୁଟପାଟକୁ କେନ୍ଦ୍ରକରି ଆକ୍ରମଣ କରାଯାଇଥିବା କୁହାଯାଉଛି। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ସେହିପରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ସେଥିରୁ ମଧ୍ୟ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏ ସଂକ୍ରାନ୍ତରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଆଖପାଖ ଲୋକ, ଦୋକାନୀଙ୍କୁ ପଚରାଉଚରା କରାଯାଇଛି।

ଷ୍ଟେସନ ଅଞ୍ଚଳ ଏବେ ଅସାମାଜିକଙ୍କ ଆଡ଼ା ପାଲଟି ଯାଇଛି। କ୍ୟାପିଟାଲ, ଖାରବେଳନଗର ଓ ଜିଆରପି ତିନିଟି ଥାନା ଅଧୀନରେ ଆସୁଥିବା ଏହି ଅଞ୍ଚଳରେ ନିଶା କାରବାର ବଢ଼ି ଯାଇଛି। କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ ଛକରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ଚାରି ଦିନ ତଳେ ଖାରବେଳନଗର ଥାନା ଅଧୀନ ଷ୍ଟେସନ ରାସ୍ତାରୁ ଦୁଇ ଜଣ ଯୁବକଙ୍କ ଠାରୁ ଟଙ୍କା, ମୋବାଇଲ ଫୋନ୍, ସୁନାଚେନ୍ ଲୁଟ୍ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe