ନଦୀ ମଝିରେ ଫସିଲେ ୨ ଦିନ: ଉଦ୍ଧାର ହେଲେ ଯୁବକ

ଦୁଇ ଦିନଧରି ବ୍ରାହ୍ମଣୀ ନଦୀରେ ଫସିଥିଲେ। ନଖାଇ ନପିଇ ସେଠାରେ ରହୁଥିଲେ। ଶେଷରେ ଆଜି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ବୟସ ପ୍ରାୟ ୪୦ ବର୍ଷ ହେବ।

rkl

ରାଉରକେଲା: ଦୁଇ ଦିନଧରି ବ୍ରାହ୍ମଣୀ ନଦୀରେ ଫସିଥିଲେ। ନଖାଇ ନପିଇ ସେଠାରେ ରହୁଥିଲେ। ଶେଷରେ ଆଜି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ବୟସ ପ୍ରାୟ ୪୦ ବର୍ଷ ହେବ। ଯୁବକ ଜଣକ ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ଖନେଇ ସୂଚନା ଦେଇଛନ୍ତି।

ବ୍ରାହ୍ମଣୀ ନଦୀର ତରକେରା ଡ୍ୟାମ୍‌ ତଳକୁ ଏକ ଛୋଟ ଟାପୁ ରହିଛି। ଗତ ଦୁଇ ଦିନ ହେଲା ଯୁବକ ଜଣକ ସେଠାରେ ବସିରହିଥିଲେ। ସ୍ଥାନୀୟଲୋକ ଗାଧେଇବାକୁ ଯାଉଥିଲେ ମଧ୍ୟ ଦେଖି ପାରୁନଥିଲେ। ଯୁବକ ଜଣକ ସ୍ପଷ୍ଟଭାବେ କହିପାରୁନଥିବାରୁ ସେ ଉଦ୍ଧାର ପାଇଁ ସହାୟତା ବି ମାଗି ପାରୁନଥିଲେ।

ମଙ୍ଗଳବାର ପୂର୍ବାହ୍ନରେ ଯୁବକ ଟାପୁ ମଝିରେ ଛିଡ଼ା ହୋଇଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ପରେ ଓଡ୍ରାଫ୍‌ ଟିମ୍‌କୁ ଏନେଇ ସୂଚନା ଦିଆଯାଇଥିଲା। ଆଜି ପୂର୍ବାହ୍ନରେ ଦୀର୍ଘ ସମୟର କସରତପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Rourkela 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe