ଯୁବତୀଙ୍କୁ ମୋବାଇଲ୍‌ ଦେଇ ଫସିଲେ ଯୁବକ: ଆଖି ଆଗରେ ଉଡ଼ାଇନେଲେ ଲକ୍ଷାଧିକ ଟଙ୍କା

Advertisment

୨ ଯୁବତୀ ଥାନାରେ ଅଟକ

୨ ଯୁବତୀ ଥାନାରେ ଅଟକ

ଯୁବତୀଙ୍କୁ ମୋବାଇଲ୍‌ ଦେଇ ଫସିଲେ ଯୁବକ: ଆଖି ଆଗରେ ଉଡ଼ାଇନେଲେ ଲକ୍ଷାଧିକ ଟଙ୍କା

Shutterstock

ତ୍ରିଶୁଳିଆ/ବାରଙ୍ଗ: ଅସୁବିଧାରେ ପଡ଼ିଥିବା କହି ଜଣେ ଯୁବକଙ୍କଠାରୁ ମୋବାଇଲ୍‌ ଫୋନ୍‌ ମାଗିବା ପରେ ଆଖି ଆଗରେ ଲକ୍ଷାଧିକ ଟଙ୍କା ଉଡ଼ାଇ ନେଇଥିବା ଅଭିଯୋଗରେ ବାରଙ୍ଗ ଥାନାରେ ଅଟକ ଅଛନ୍ତି ୨ ଠକ ଯୁବତୀ। ପୁଲିସ ଦୁଇ ଯୁବତୀଙ୍କୁ ପଚରାଉଚରା କରୁଥିବା ବେଳେ ଠକାମିର ଶିକାର ହୋଇଥିବା ଯୁବକ ତାଙ୍କ ଟଙ୍କା ଫେରସ୍ତ ପାଇନଥିବା ଜଣାପଡ଼ିଛି। ଯୁବତୀଦ୍ବୟଙ୍କ ଏହି ୪୨୦ ଠକେଇ ପଛରେ ଜଣେ ଯୁବକ ମଧ୍ୟ ସାମିଲ୍ ଥିବା କୁହାଯାଉଛି। ପୁଲିସ ତଦନ୍ତ ସରିନଥିବା ଆଳରେ ଘଟଣା ପଛର ରହସ୍ୟକୁ ଚାପି ରଖିଥିବା ଚର୍ଚ୍ଚା ହେଉଛି।

ସୂଚନାନୁସାରେ, କଟକ ତିଗିରିଆ ଅଞ୍ଚଳର ସୁରେଶ ସେଠୀ ରାମଦାସପୁର ବଜାରସ୍ଥିତ ଏକ ଘରୋଇ କମ୍ପାନିରେ କାମ କରନ୍ତି। ତିଗିରିଆ ବଜାରସ୍ଥିତ ଏକ ସାଇବର୍‌ କେଫ୍‌ରେ କାମ କରୁଥିବା ୨ ଯୁବତୀ କା‌ବେରୀ ଓ ଜ୍ୟୋତିଙ୍କ ସହିତ ତାଙ୍କର ପରିଚିତି ଥିଲା। ବହୁ ସମୟରେ ସୁରେଶ ଉକ୍ତ କେଫ୍‌କୁ ଯାଇ କ୍ରେଡିଟ୍‌ କାର୍ଡ ଜରିଆରେ ଟଙ୍କା କାରବାର କରୁଥିବାରୁ ସେମାନଙ୍କ ମଧ୍ୟରେ ପରିଚୟ ସୃଷ୍ଟି ହୋଇଥିଲା। ଆଜି କାବେରୀ ହଠାତ୍ ସୁରେଶଙ୍କୁ ଫୋନ୍‌ କରି ଗୋଡ଼ିସାହି ଛକକୁ ଡକାଇଥିଲେ। ସେ ଏକ ସମସ୍ୟାରେ ପଡ଼ିଥିବା କହି ତାଙ୍କୁ ଡକାଇଥିଲେ।

ସୁରେଶ ସେଠାରେ ପହଞ୍ଚିବା ପରେ କାବେରୀ ତାଙ୍କୁ ମୋବାଇଲ୍‌ ଫୋନ୍ ମାଗିଥିଲା। ତାଙ୍କ ନମ୍ବରକୁ ଜଣେ ବ୍ଲକ କରିଥିବାରୁ ସେ ସୁରେଶଙ୍କ ମୋବାଇଲ୍‌ରୁ ଫୋନ୍‌ କରିବେ ବୋଲି କହିଥିଲେ। ବିଶ୍ବାସ କରି ସୁରେଶ କାବେରୀଙ୍କ ହାତକୁ ଫୋନ୍‌ ବଢ଼ାଇ ଦେଇଥିଲେ। କିଛି ସମୟ କଥା ହେବା ଭିତରେ ସୁରେଶ ଲକ୍ଷ୍ୟ କଲେ, ତାଙ୍କ ଫୋନ୍‌କୁ ମେସେଜ୍‌ ଆସୁଛି। ତେଣୁ ସେ ମୋବାଇଲ୍‌ ଫୋନ୍‌ ଆଣି ଯାଞ୍ଚ କଲା ବେଳକୁ ପ୍ରଥମେ ୯୯ ହଜାର ୫ ଶହ ଟଙ୍କା ଓ ପରେ ୨୦ ହଜାର ୩ଶହ ଟଙ୍କା ଉଠି ସାରିଛି। ଏହା କ’ଣ ବୋଲି ପଚାରିବା ପରେ ସେମାନଙ୍କ ଭିତରେ କଥା କଟାକଟି ହୋଇଥିଲା। ସୁରେଶ ତୁରନ୍ତ ବାରଙ୍ଗ ଥାନାକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ପିସିଆର୍‌ ସେଠାରେ ପହଞ୍ଚି ସେମାନଙ୍କୁ ଥାନାକୁ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe