ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ, ଜେଲ୍‌ ଗଲା ଯୁବକ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଧଉଳି : ନାବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିବା ଅଭିଯୋଗରେ ଆଜି ସ୍ଥାନୀୟ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା, ଖୋର୍ଧା ଜିଲ୍ଲା ଜଟଣୀ ଥାନା ରାଜାବଜାର ଅଞ୍ଚଳର ସୟଦ ଇମତାଜ୍‌ଉଦ୍ଦିନ (୧୯)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନା ମୁତାବକ, ଇମତାଜ ପରିବାର ଲୋକଙ୍କ ସହ ଏଠାରେ ରହିବା ସମୟରେ ଇମତାଜର ଉକ୍ତ ନାବାଳିକା ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ୧୭ ତାରିଖରେ ନାବାଳିକାଜଣକ କଲେଜ ଯାଇ ଆଉ ଘରକୁ ଫେରିନଥିଲା। ପରିବାରଲୋକ ବହୁ ଖୋଜାଖୋଜି କରିବା ପରେ ନପାଇ ଇମତାଜ ଅପହରଣ କରିନେଇଥିବା ସନ୍ଦେହରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଧଉଳି ଥାନା ପୁଲିସ ଉଭୟଙ୍କୁ ଜଟଣୀରୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଇମତାଜଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାକୁ ଘର ଲୋକଙ୍କ ଜିମା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe