କୁଆଖାଇ ପୋଲରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ: ପୁଲିସ ଶୁଣିଲାନି... ମୋତେ ଛାଡ଼, ମୁଁ ମରିବି

ପଥଚାରୀଙ୍କ ସହାୟତାରେ ଉଦ୍ଧାର କଲା ପୁଲିସ, ଘଟଣା ପଛରେ ପାରିବାରିକ କଳହ

କୁଆଖାଇ ପୋଲରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ: ପୁଲିସ ଶୁଣିଲାନି... ମୋତେ ଛାଡ଼, ମୁଁ ମରିବି

ଭୁବନେଶ୍ବର : ପୁଲିସ ଶୁଣିଲାନି, ମୋତେ ଛାଡ଼ିଦିଅ.. ମୁଁ ନଦୀକୁ ଡେଇଁକି ମରିବି। ୧୬ ନଂ ଜାତୀୟ ରାଜପଥର କୁଆଖାଇ ବ୍ରିଜ୍ ଉପରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କୁ ପଥଚାରୀ କାବୁ କରୁଥିଲେ। କିନ୍ତୁ ଯୁବତୀ ହାତକୁ ଛଡ଼ାଇ ପୁଣି ଡେଇଁବାକୁ ଉଦ୍ୟମ କରି ଏମିତି ଚିତ୍କାର କରୁଥିଲେ। ସେହି ବାଟ ଦେଇ ଯାଉଥିବା ଶହଶହ ଲୋକ ଛିଡ଼ା ହୋଇ ଏହି ଦୃଶ୍ୟ ଦେଖୁଥିବା ବେଳେ କେତେକ ଯୁବକ ପୁଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

publive-image

ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର ନିକୋ ପାର୍କ ପାଖ ଲକ୍ଷ୍ମୀସାଗର ବସ୍ତିରେ। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ କେହି କିଛି ବୁଝିବା ଆଗରୁ ଯୁବତୀ ଜଣଙ୍କ କୁଆଖାଇ ବ୍ରିଜ୍ ଉପରୁ ନଦୀକୁ ଡେଇଁବାକୁ ଉଦ୍ୟମ କରିଥିଲେ। ତେବେ ସେହି ବାଟ ଦେଇ ଯାଉଥିବା କିଛି ଯୁବକ ତାଙ୍କୁ ଏଥିରୁ ନିବୃତ୍ତ କରିଥିଲେ। ଖବର ପାଇ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏହା ପରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇଥିଲା।

ପୁଲିସ ସୂଚନା ଅନୁସାରେ, ଯୁବତୀ ଏବଂ ତାଙ୍କ ଭାଇ ଓ ଭାଉଜଙ୍କ ମଧ୍ୟରେ କିଛିମାସ ହେଲା ବିବାଦ ରହିଛି। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଭାଇ ଗାଳି ଦେବାରୁ ଯୁବତୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଯୁବତୀ ଜଣଙ୍କ କହିଛନ୍ତି, ସେ ଜଣେ ଯୁବକଙ୍କ ବିରୋଧରେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କିଛି ଶୁଣୁନଥିଲା। ଯାହାଫଳରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଯୁବତୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe