Times of India
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନୟାପଲ୍ଲୀ ଅଞ୍ଚଳରେ ଏକ ଘରୁ ଏହି ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ବେକରେ ଓଢ଼ଣୀ ଲଗାଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀଙ୍କ ନାଁ କଳ୍ପନା ବାରିକ, ତାଙ୍କର ବୟସ ୨୩ ବୋଲି ଜଣାଯାଇଛି।ନୟାପଲ୍ଲୀ ନୂଆସାହି ପ୍ଲଟ ନମ୍ବର ୪୭୮/ ୧୮୫୫ରେ ଘଟିଛି ଘଟଣା। ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି।
ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳର କଳ୍ପନା ୨ ବର୍ଷ ହେଲା ଭୁବନେଶ୍ୱର ଆସିଥିଲେ। ଏକ ଏନଜିଓ ସଂସ୍ଥାରେ କେୟାରଟେକର ଭାବେ କାମ କରନ୍ତି।
Follow Us