ପାରିବାରିକ କଳହରୁ ଆତ୍ମହତ୍ୟା : ଚିହ୍ନଟ ହେଲେ ଜୟଦେବ ବାଟିକାରେ ମୃତ ଯୁବତୀ

ଛାତ୍ରୀନିବାସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

Representation image

ଭୁବନେଶ୍ବର : ଜୟଦେବ ବାଟିକାରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିଚୟ ମିଳିଛି। ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ଯୁବତୀ ହେଲେ, ଅର୍ଚ୍ଚିତା ବେହେରା (୧୯)। ଗଞ୍ଜାମ ପୋଲସରା ଅଞ୍ଚଳର ଅର୍ଚ୍ଚିତ‌ାଙ୍କ ପରିବାର ପୋଖରୀପୁଟରେ ରହୁଛନ୍ତି। ଆଜି ପରିବାରଲୋକେ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରୁ ତାଙ୍କ ମୃତଦେହ ନେଇ ସତ୍କାର କରିଛନ୍ତି।

ପୁଲିସ ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ଅର୍ଚ୍ଚିତାଙ୍କ ଘରେ ପାଟିତୁଣ୍ଡ ହୋଇଥିଲା। ରୋଷେଇ ବିଳମ୍ବ ହେବାରୁ ଅର୍ଚ୍ଚିତାଙ୍କୁ ତାଙ୍କ ଭାଇ ଗାଳିମନ୍ଦ କରିଥିଲେ। ଏହି ସାମାନ୍ୟ ଘଟଣାରେ ଅର୍ଚ୍ଚିତା ରାଗି ଘରୁ ପଳାଇ ଯାଇଥିଲେ। ରାତିରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଆଜି ଏହି ଘଟଣା ପୁଲିସକୁ କହିବା ପରେ ତାଙ୍କ ଆତ୍ମହତ୍ୟା ପଛର ଏହା ବଡ଼ ଏକ କାରଣ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରାଯାଉଛି। ପୁଲିସ ସୂଚନା ଅନୁସାରେ, ଅର୍ଚ୍ଚିତା ଘରୁ ପଳାଇଯିବାର ଦୁଇ ଦିନ ପରେ ଗତକାଲି ରାତିରେ ପରିବାର ଲୋକେ ଏୟାରଫିଲ୍ଡ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଜୟଦେବ ବାଟିକାରୁ ମିଳିଥିବା ଅଚିହ୍ନା ଯୁବତୀ ଅର୍ଚ୍ଚିତା ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରି ଏୟାର୍‌ଫିଲ୍ଡ ଥାନା ପକ୍ଷରୁ ଖଣ୍ଡଗିରି ଥାନାକୁ ଖବର ଦିଆଯାଇଥିଲା। ଆଜି ପରିବାର ଲୋକେ ଅର୍ଚ୍ଚିତାଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ସୂଚନାଯୋଗ୍ୟ, ଗତ ବୁଧବାର ଜୟଦେବ ବାଟିକାରୁ ଅର୍ଚ୍ଚିତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe