ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ସନ୍ଦେହ

Advertisment
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Deccan Herald

ବାଲିଅନ୍ତା: ପାହାଳ ଥାନା ଅଧୀନ ଅଟଳାଗଡ଼ାର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବତୀ ହେଲେ ସୁଜାତା ରଥ(୩୨)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପଟରେ ସେ ଜଣେ ଯୁବକଙ୍କ ସହିତ ଲିଭ୍‌ଇନ୍‌ ରିଲେସନରେ ଥିବାରୁ ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ସୁଜାତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରି ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରାଯାଇଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ସୂଚନା‌ ଅନୁସାରେ ସୁଜାତାଙ୍କ ନିଜ ଘର ନୟଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳରେ। ଅଟଳାସ୍ଥିତ ସୁରେଖା ବାଟିକାରେ ଏକ ଫ୍ଲାଟ ଭଡ଼ାରେ ନେଇ ରୁହନ୍ତି। ତାଙ୍କ ଫ୍ଲାଟ ନିକଟରେ ଅନ୍ୟ ଏକ ଫ୍ଲାଟରେ ତାଙ୍କ ବାପା ମା’ ରହୁଥିଲେ। ସୁଜାତାଙ୍କର ସହିଦନଗର ଥାନା ଅଞ୍ଚଳରେ ଏକ ଫ୍ଲେକ୍ସ ପ୍ରିଣ୍ଟିଂ ସଂସ୍ଥା ଅଛି। ସୁଜାତା ଏବଂ ଉକ୍ତ ଯୁବକ ବୁଝାବୁଝି କରିବା ସହ ଫ୍ଲାଟରେ ରହୁଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଥିବାରୁ ସନ୍ଦେହ ପ୍ରକାଶ ପାଇଛି। ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଉକ୍ତ ଯୁବକ ଜଣକ ସମ୍ବଲପୁର ଥିବା ଖବର ମିଳିଛି। ତାଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଛି। ସେ ପହଞ୍ଚିବା ପରେ ପଚରାଉଚରା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe