ଭୁବନେଶ୍ୱର : ବିଚ୍ ରାସ୍ତାରେ ଯୁବତୀଙ୍କ ଭ୍ୟାନିଟି ଲୁଟ୍ ଉଦ୍ୟମ

Advertisment

ବାଇକ୍‌ରୁ ପଡ଼ିଲେ, ଫେରାର ହୋଇଗଲେ, ଘଟଣାସ୍ଥଳରୁ ମୋବାଇଲ ଫୋନ୍ ଜବତ

ବାଇକ୍‌ରୁ ପଡ଼ିଲେ, ଫେରାର ହୋଇଗଲେ, ଘଟଣାସ୍ଥଳରୁ ମୋବାଇଲ ଫୋନ୍ ଜବତ

ଭୁବନେଶ୍ୱର : ବିଚ୍ ରାସ୍ତାରେ ଯୁବତୀଙ୍କ ଭ୍ୟାନିଟି ଲୁଟ୍ ଉଦ୍ୟମ

Mid-Day

ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଜାରି ରହିଛି। ଆଜି ରାତିରେ ରସୁଲଗଡ଼ ଗୋଲେଇ ଛକରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କଠାରୁ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି ତିନି ଲୁଟେରା। କିନ୍ତୁ ବାଇକ୍‌ରୁ ତଳେ ପଡ଼ି ଯାଇଥିଲେ ମଧ୍ୟ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ସକ୍ଷମ ହୋଇଛନ୍ତି। ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସ ଲୁଟେରାଙ୍କର ରାସ୍ତାରେ ପଡ଼ିଥିବା ଗୋଟିଏ ମୋବାଇଲ ଫୋନ୍ ଜବତ କରି ମଞ୍ଚେଶ୍ବର ଥାନା ପୁଲିସ ଜିମା ଦେଇଛନ୍ତି। ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିବା ଯୁବତୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀଜଣଙ୍କ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ହସ୍ପିଟାଲ କର୍ମଚାରୀ ବୋଲି ଜଣାପଡ଼ିଛି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଯୁବତୀ ଖଣ୍ଡଗିରିରୁ ଆସୁଥିଲେ। ସେହି ସମୟରେ ତିନି ଜଣ ଲୁଟେରା ଏକ ହଳଦିଆ ରଙ୍ଗର ବାଇକରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଆଡ଼ୁ ଆସିଥିଲେ। ଗୋଲେଇ ଛକରେ ଯୁବତୀଙ୍କ ଭ୍ୟାନିଟି ଛଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବତୀ ଉପସ୍ଥିତ ବୁଦ୍ଧି ଖଟାଇ ବ୍ରେକ୍ ମାରି ଦେବାରୁ ତିନି ଲୁଟେରା ବାଇକ୍‌ ସହ ତଳେ ପଡ଼ି ଯାଇଥିଲେ। ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସ ଓ ଉପସ୍ଥିତ ଲୋକ ଲୁଟେରାଙ୍କୁ ଧରିବା ପାଇଁ ଯାଇଥିଲେ। ଏହା ଦେଖି ଦୁଇ ଜଣ ଲୁଟେରା ଉଠି ପଡ଼ି ଦୌଡ଼ି ଫେରାର ହୋଇ ଯାଇଥିଲେ। ଅନ୍ୟ ଜଣେ ବାଇକ୍ ଷ୍ଟାର୍ଟ କରି ପଳାଇଥିଲା। ସେମାନଙ୍କ ଭିତରୁ ଜଣଙ୍କର ମୋବାଇଲ ଫୋନ୍ ତଳେ ପଡ଼ି ଯାଇଥିଲା। ଲୁଟେରା ଖଣ୍ଡିଆ ଖାବରା ହୋଇଥିବାରୁ କ୍ୟାପିଟାଲ ହସ୍ପିଟାଲ କିମ୍ବା ଆଖପାଖ ମେଡିକାଲକୁ ଚିକିତ୍ସା ପାଇଁ ଯିବାର ସମ୍ଭାବନା ରହିଛି। ସେହି ହସ୍ପିଟାଲଗୁଡ଼ିକୁ ପୁଲିସ୍‌ ଏ ସମ୍ପର୍କରେ ଖବର ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe