Times of India
ଭୁବନେଶ୍ବର : ଲୁଟ୍ପାଟ୍ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଚକେଇସିଆଣି ହାଡ଼ବାଇ ବସ୍ତିର ମନୋଜ ଦାସ ଓରଫ ସନ୍ତୁ(୧୯)କୁ ଗିରଫ କରିଛି।
ସୂଚନା ମୁତାବକ, କିଛିଦିନ ତଳେ ଭୋଟପଡ଼ା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରୁ ସନ୍ତୁ ଓ ତାର ୩ ସହଯୋଗୀ ମିଶି ଲୁଟ୍ପାଟ୍ କରିଥିଲେ। ଏନେଇ ସଂସ୍ଥା ପକ୍ଷରୁ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଥିବା ବେଳେ ସନ୍ତୁ ଫେରାର୍ ହୋଇଯାଇଥିଲା। ଆଜି ପୁଲିସ ଚଢ଼ାଉ କରି ତାକୁ ହାଡ଼ବାଇ ବସ୍ତି ସ୍ଥିତ ଘରୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
Follow Us