ବାଣୀବିହାର ଛାତ୍ରଗୋଷ୍ଠୀ ମୁହାଁମୁହିଁ ଘଟଣାରେ ଯୁବକ ଗିରଫ

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ଭୁବନେଶ୍ବର : ବାଣୀବିହାର କ୍ୟାମ୍ପସରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ଘଟଣାରେ ରବିବାର ଦିନ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ତାରିଣୀ ବସ୍ତିର ରଶ୍ମିରଂଜନ ବେହେରା(୨୨)। ଆଜି ପୁଲିସ ରଶ୍ମିରଂଜନକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସୂଚନା ମୁତାବକ, ଗତ ଶୁକ୍ରବାର ସକାଳ ସମୟରେ ବାଣୀବିହାର ଆଇଏମବିଏ ବିଭାଗ ନିକଟରେ ସମ୍ପୃକ୍ତ ବିଭାଗର ଜଣେ ଛାତ୍ରୀ ଛିଡ଼ା ହୋଇଥିବା ସମୟରେ ଜଣେ ଛାତ୍ର ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ। ଖବରପାଇ ଛାତ୍ରୀଙ୍କ ବନ୍ଧୁ ତାଙ୍କ ସାଙ୍ଗସାଥୀଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ସୁରକ୍ଷା ଦେଇଥିଲେ। ଏହି ସମୟରେ ପ୍ରେମ ନିବେଦନ କରିଥିବା ଛାତ୍ର ଜଣଙ୍କ ରଶ୍ମିରଂଜନଙ୍କ ସମେତ କିଛି ଅଣଛାତ୍ରଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ଧରି ଉତ୍ତେଜନା ଲାଗିରହିବା ପରେ ଉଭୟ ପରସ୍ପର ବାଟରେ ଚାଲିଯାଇଥିଲେ। ସନ୍ଧ୍ୟାରେ ପ୍ରେମ ନିବେଦନ କରିଥିବା ଛାତ୍ରଙ୍କ ସମେତ ଆଉ କିଛି ଛାତ୍ର ଓ ଅଣଛାତ୍ର ୪ରୁ ୫ଟି ବାଇକ୍‌ରେ ଆସି ଭୁଜାଲି ପରି ମାରଣାସ୍ତ୍ର ଧରି କ୍ୟାମ୍ପସରେ ଆତଙ୍କ ଖେଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe