ପୁରୁଣା ଭୁବନେଶ୍ୱର : ଜମି ବିକ୍ରିରେ ଜାଲିଆତି, ୮ ଲକ୍ଷ ଚଳୁ, ଯୁବକକୁ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ପୁରୁଣା ଭୁବନେଶ୍ୱର : ଜମି ବିକ୍ରିରେ ଜାଲିଆତି କରି କ୍ରେତାଙ୍କର ୮ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଜଟଣୀ ଥାନା ଯାଁଳା ଫାଣ୍ଡି କାଇମାଟିଆ ଗାଁ ନାୟକ ସାହିର ଦିଲ୍ଲୀପ ନାୟକ(୪୦)। ପୁଲିସ ସୂଚନା ଅନୁଯାୟୀ, ଭୁବନେଶ୍ବର ତହସିଲ ଗୋପିନାଥପୁର ମୌଜାସ୍ଥିତ ଏକ ଜମିକୁ ଦିଲ୍ଲୀପ ଓ ତା’ର କିଛି ସହଯୋଗୀ କୁନା କୁମାର ସାହୁଙ୍କୁ ୮ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ବିକ୍ରି କବଲାରେ ବ୍ୟାପକ ଜାଲିଆତି ହୋଇଥିବାରୁ ପରେ କୁନା ଜମି ଦଖଲ କରିପାରି ନଥିଲେ। ଏହି ଠକେଇ ବାବଦରେ ସେ ଏୟାର୍‌ଫିଲ୍‌ଡ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe