ଅଶ୍ଳୀଳ ଫଟୋ ଭାଇରାଲ୍‌ କରି ଯୁବକ ଗିରଫ: ଧୋକାବାଜ୍‌ ପୁରୁଷବନ୍ଧୁ ଫେରାର୍‌

Advertisment
ମହଙ୍ଗା ପଡ଼ିଲା ଫେସ୍‌ବୁକ ପ୍ରେମ: ପ୍ରେମିକାର ଭିଡିଓ ଭାଇରାଲ୍‌ କରି ବନ୍ଧାହେଲା ପ୍ରେମିକ

ଭୁବନେଶ୍ବର: ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ବାଲେଶ୍ବର ବସ୍ତା ଅଞ୍ଚଳର କଣ୍ଠେଶ୍ବର ସେଠୀ ଓରଫ୍‌ ସୋନି(୨୭)କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସୋନିକୁ ଉକ୍ତ ଫଟୋ ଓ ଭିଡିଓ ଯୋଗାଇଥିବା ଯୁବତୀଙ୍କ ଧୋକାବାଜ ପୁରୁଷବନ୍ଧୁ ଫେରାର୍ ହୋଇଯାଇଛି। ଖୁବ୍‌ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ, ଅଭିଯୋଗକାରିଣୀ ଓ ସୋନି ଏକ ସୋ’ ରୁମ୍‌ରେ ସେଲ୍‌ସମ୍ୟାନ୍‌ ଭାବେ କାମ କରୁଥିବା ବେଳେ ସମ୍ପର୍କରେ ଆସିଥିଲେ। ସୋନି ତାଙ୍କୁ ମନେମନେ ଭଲ ପାଉଥିବା ବେଳେ ଯୁବତୀ କିନ୍ତୁ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏକଦା ସୋନି ତାଙ୍କୁ ପ୍ରେମ ନିବେଦନ କରିଥିଲା। କିନ୍ତୁ ଯୁବତୀ ଅନ୍ୟଜଣଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ। ତେବେ ସୋନି ମନରେ ଖରାପ ଚିନ୍ତାଧାରା ଥିବାରୁ ଯୁବତୀଜଣଙ୍କ ଧୀରେଧୀରେ ତା’ଠାରୁ ଦୂରେଇ ରହିଥିଲେ। ଏହା ଭିତରେ ସୋନି ଯୁବତୀଙ୍କ ପୁରୁଷବନ୍ଧୁଙ୍କୁ ଠାବ କରି ସମ୍ପର୍କ ବଢ଼ାଇଥିଲା। ଏମିତିକି ଉକ୍ତ ଯୁବକଙ୍କ ମନରେ ଯୁବତୀଙ୍କୁ ନେଇ ବିଷ ଭରି ଦେଇଥିଲା। ଏମିତିରେ ଉକ୍ତ ପୁରୁଷବନ୍ଧୁ ବି ଯୁବତୀଙ୍କୁ ଉପରଠାଉରିଆ ଭାବେ ଭଲ ପାଉଥିବା କହିଥିଲା। ତେଣୁ ସେ ପାଖରେ ରଖିଥିବା ଯୁବତୀଙ୍କ କିଛି ଫଟୋ ଓ ଭିଡିଓ ସୋନିକୁ ଦେଇଥିଲା। ଉକ୍ତ ଫଟୋ ଓ ଭିଡିଓ ସବୁକୁ ସୋନି ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଥିଲା। ଏସବୁ ଜାଣିବା ପରେ ଯୁବତୀଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe