ମୋବାଇଲ ଚୋରି ଅଭିଯୋଗରେ ଯୁବକ ଗିରଫ

ପଡ଼ୋଶୀ ମହିଳାଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ବର : ମୋବଇଲ୍ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ପଥରବନ୍ଧ ବେହେରାସାହି ବସ୍ତିର ରାଜେଶ ନାୟକକୁ ଗିରଫ କରିଛି। ତା’ ଠାରୁ ଚୋରି ମୋବାଇଲ ଜବତ କରାଯାଇଛି। ସୂଚନା ମୁତାବକ, ଭିଏସ୍‌ଏସ୍ ନଗରରେ ରହୁଥିବା ଅନୁଗୁଳର ଶିବସ୍ମିତା ପ୍ରିୟଦର୍ଶନୀ ନାୟକଙ୍କର ମୋବାଇଲ ଗତ ୨୫ ତାରିଖ ରାତିରେ ଚୋରି ହୋଇଥିଲା‌। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମୋବାଇଲ ଆଇଏମ୍ଇଆଇ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ପଡ଼ୋଶୀ ମହିଳାଙ୍କୁ ଛୁରାମାଡ଼, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ପଡ଼ୋଶୀଙ୍କୁ ଛୁରାମାଡ଼ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବଡ଼ଗଡ଼ ପୋଡ଼ାସାହିର ଯୋଗେନ୍ଦ୍ର ପାତ୍ର (୬୦)। ପୁଲିସ ସୂଚନା ଅନୁସାରେ, ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ରକରି ପଡ଼ୋଶୀ ମହିଳାଙ୍କ ସହ ଯୋଗେନ୍ଦ୍ରଙ୍କର ବିବାଦ ରହିଥିଲା। ଗତକାଲି କଳହ ଉଗ୍ର ରୂପ ନେବାରୁ ଯୋଗେନ୍ଦ୍ର ପଡ଼ୋଶୀ ମହିଳାଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe