ରାସ୍ତା ଉପରେ ଯୁବତୀଙ୍କୁ ମାଡ଼

Advertisment
ରାସ୍ତା ଉପରେ ଯୁବତୀଙ୍କୁ ମାଡ଼

ଭୁବନେଶ୍ୱର : ଆଜି ରାତି ପ୍ରାୟ ୯ଟା ବେଳେ ଶ୍ରୀୟା ଫିଲ୍ମ ହଲ ସାମ୍ନାରେ ୪ ଜଣ ଯୁବକ ଦୁଇଜଣ ଯୁବତୀଙ୍କୁ ବେଲ୍ଟରେ ପିଟିଛନ୍ତି। ଯୁବକମାନଙ୍କ ଆତଙ୍କରେ ସେଠାରେ ଥିବା ଅନ୍ୟମାନେ ଯୁବତୀମାନଙ୍କୁ ଉଦ୍ଧାର କରିବାକୁ ସାହସ କରିନାହାନ୍ତି। ଦୀର୍ଘ ୨୦ ମିନିଟ୍‌ ଧରି ଏହି କାଣ୍ଡ ରାସ୍ତା ଉପରେ ଚାଲିଥିଲେ ମଧ୍ୟ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା। ବରଂ ଘଟଣା ଘଟିବା ପରେ ଯେତେବେଳେ ଅଭିଯୋଗ ଥାନାକୁ ଯାଇଛି ସେଠାରେ ପୁଲିସ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏପରି କୌଣସି ଘଟଣା ଘଟି ନଥିବା ଥାନା ପକ୍ଷରୁ କୁହାଯାଇଛି। ବାସ୍ତବରେ ଯୁବକମାନେ ଜଣେ ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟ ହୋଇଥିବାରୁ ମାମଲା ରଫାଦଫା ପାଇଁ ପ୍ରବଳ ଚାପ ପଡ଼ିଛି। ଅନ୍ୟପଟେ ମାଡ଼ ଖାଇ ଯୁବତୀମାନେ ଭୟରେ ମୁହଁ ଖୋଲୁ ନାହାନ୍ତି। ସୂଚନା ମୁତାବକ, ଯୁବକ ଓ ଯୁବତୀମାନେ ଫିଲ୍ମ ହଲ୍‌ରୁ ବାହାରିଥିଲେ। ଯୁବତୀମାନେ ମୋପେଡ୍‌ରେ ଓ ଯୁବକମାନେ ବାଇକ୍‌ରେ ଥିଲେ। ଯୁବକଙ୍କ ଆଗରେ ଦ୍ରୁତଗତିରେ ଯୁବତୀମାନେ ଚାଲିଯିବାରୁ ଯୁବକମାନେ ଭାରସାମ୍ୟ ହରାଇଥିଲେ। କୌଣସି କ୍ଷତି ହୋଇ ନଥିଲେ ମଧ୍ୟ ସେମାନେ ଯୁବତୀମାନଙ୍କୁ ଏପରି ପିଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe