ପେଟ୍ରୋଲ ପକାଇ ଟଙ୍କା ନଦେଇ ବୁଲାଇଲେ ଖଣ୍ଡା, ଧରାପଡ଼ି ଛେଚା ଖାଇଲେ ୩ ଦୁର୍ବୃତ୍ତ

Advertisment
ପେଟ୍ରୋଲ ପକାଇ ଟଙ୍କା ନଦେଇ ବୁଲାଇଲେ ଖଣ୍ଡା, ଧରାପଡ଼ି ଛେଚା ଖାଇଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର: ପେଟ୍ରୋଲ ପକାଇ ଟଙ୍କା ଦେବାକୁ ନେଇ  ରାଜଧାନୀର କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟାରେ ଖଣ୍ଡା ବୁଲିଛି | କଳ୍ପନା ଛକରେ ଥିବା ଜୟ ଅଟୋ ସେଣ୍ଟରରେ ପେଟ୍ରୋଲ ପକାଇସାରି ୩ ଯୁବକ ଟଙ୍କା ନଦେଇ ଭୟଭୀତ କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି | ୩ ଜଣ ଯୁବକ ମାରଣାସ୍ତ୍ର ଧରି ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ ପେଟ୍ରୋଲ ପମ୍ପର ଏକାଧିକ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି।  ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖି ଭୟରେ ଦୌଡ଼ିଥିଲେ ତେଲ ପକାଉଥିବା ଲୋକେ। ଏହାପ‌ରେ ୩ ଯୁବକଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ସାଧାରଣ ଲୋକେ।  ପିଟିବା ପରେ ପୋଲିସ ଜିମା ଦେଇଛନ୍ତି ଲୋକେ। ଯୁବକମାନେ ସତ୍ୟନଗର ଅଞ୍ଚଳର ହୋଇଥିବା ସୂଚନା ରହିଛି।

ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦୀର୍ଘ ସମୟ ଧରି ଆତଙ୍କ ରଚିଥିବା ବେଳେ ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିଥିଲେ । ଆକ୍ରମଣ କରିଥିବା ଯୁବକଙ୍କୁ ପୁଲିସ ଜିମା ଦିଆଯାଇଥିବା ବେଳେ ସିସିଟିଭିରେ ପୁରା ଘଟଣା ରେକର୍ଡ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଂଚି ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଛାନଭିନ ଚଳାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe