ପ୍ରେମର କରୁଣ ପରିଣତି : ପୋଡ଼ି ହୋଇ ଯୁବକ ଗୁରୁତର

ମହଙ୍ଗା ପଡ଼ିଲା ବିଦ୍ୟୁତ୍ ଗ୍ରିଡରୁ ଚୋରି: ପୋଡ଼ିଗଲେ ଦୁଇ ଯୁବକ, ବର୍ତ୍ତିଗଲେ ଛଅ

Samaja Live English

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଛନ୍ଦୋଳ ଗ୍ରାମରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ତେବେ ରିପୋର୍ଟ ଲେଖା ହେବା ବେଳକୁ ଆହତ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ପୁଲିସ କହିବାନୁଯାୟୀ ଗତ ଦେଢ଼ବର୍ଷ ତଳେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ସନ୍ତୋଷ ଓ ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଦୁହେଁ ଫେରାର ହୋଇଯାଇଥିଲେ। ନାବାଳିକାଙ୍କୁ ସନ୍ତୋଷ ଅପହରଣ କରି ନେଇଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା। ବାଲିଅନ୍ତା ଥାନା ପୁଲିସ ଦୀର୍ଘ ଦେଢ଼ବର୍ଷ ପରେ ଏହି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ସନ୍ତୋଷଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ମଝିରେ ମଝିରେ ସେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ସହ ସଂପର୍କ ବଢ଼ାଇବାକୁ ଚେଷ୍ଟା କରୁଥିଲା। ଏନେଇ ଆଜି ସନ୍ତୋଷ ଯୁବତୀଙ୍କ ଘରକୁ ଆସିଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ଏହାର କିଛି ସମୟ ପରେ ଗ୍ରାମବାସୀ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପୁଲିସ ଘଟଣାର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe