ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

Advertisment
ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଦାବିରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜୟଦେବ ବିହାରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ଯୁବ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ। ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶ୍ରୀ ଲେଙ୍କାଙ୍କ ସମେତ ବିକ୍ଷୋଭକାରୀମାନଙ୍କୁ ଅଟକ ରଖିଥିଲା।

ବିକ୍ଷୋଭ ବେଳେ ଯୁବ କଂଗ୍ରେସର ସଭାପତି ଶ୍ରୀ ଲେଙ୍କାଙ୍କ ସମେତ ଅନ୍ୟ ନେତାମାନେ ମୋଦୀ ସରକାର ଉପରେ ବର୍ଷିଥିଲେ। ସେମାନଙ୍କ କହିବା କଥା, ମୋଦୀ ସରକାର ସୈନିକମାନଙ୍କ ଗରିମା ଓ ପରମ୍ପରାକୁ କ୍ଷୁଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି। ‌ଦେଶର ତିନି ସେନା ବାହିନୀରେ ୨,୫୫,୦୦୦ରୁ ଅଧିକ ପଦବି ଖାଲି ପଡ଼ିଥିବା ବେଳେ ସରକାର ୨ବର୍ଷ ହେଲା ନିଯୁକ୍ତି ବନ୍ଦ କରିଛନ୍ତି। ଏଭଳି ଯୋଜନା ଆଣି ମୋଦି ସରକାର ଦେଶର ସୈନିକମାନଙ୍କ ଦରମା, ପେନସନ ଓ ସ୍ୱାସ୍ଥ୍ୟବୀମା ଆଦି ବନ୍ଦ କରିଦେବାକୁ ଚକ୍ରାନ୍ତ କରିଛନ୍ତି।

ତେଣୁ ଅଗ୍ନିପଥ ଭଳି ଏକ ଅପରିଣାମଦର୍ଶୀ ଯୋଜନା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ବିକ୍ଷୋଭରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ, ବୀରେନ ଦଳେଇ, ସୌମ୍ୟପ୍ରକାଶ ମିଶ୍ର, ବିଶ୍ୱଜିତ, ଆଶୁତୋଷ ଲେଙ୍କା, ସୁବ୍ରତ ବେହେରା, ରଞ୍ଜିତ ପାତ୍ର, ରିତୁଲ ମହାରଣା, ନିହାର ରଞ୍ଜନ ବେଉରା, ଆଦିତ୍ୟ ପ୍ରସାଦ ପରିଡ଼ା, ହରିଶଙ୍କର ଜେନା, ରାକେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe