image source-indiatoday
ବାଲିଅନ୍ତା : ବାଳକାଟି ଫାଣ୍ଡି ଅଞ୍ଚଳର ଜଣେ ଯୁବକ ପ୍ରେମରେ ବିଫଳ ହୋଇ ଆଜି ଘରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଘରେ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିବା ସହ ସିନ୍ଦୂର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିଷଜ୍ବାଳାରେ ଛଟପଟ ହୋଇ ଘରେ ଥିବା ଧାରୁଆ ଅସ୍ତ୍ରରେ ନିଜ ହାତ ଓ ଶରୀରର ବିଭିନ୍ନ ସ୍ଥାନ କାଟି ଦେଇଥିଲେ। ପରିବାରଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ହୋଇ ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ବାଳକାଟି ଫାଣ୍ଡି ନିକଟସ୍ଥ ସାହିର ଏହି ଯୁବକଙ୍କର ପିପିଲି ଥାନା ଅଧୀନ ଆରୁଆ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଯୁବତୀ ତାଙ୍କୁ ବିବାହ କରିବାକୁ ମନା କରିଦେବାରୁ ସଂପୃକ୍ତ ଯୁବକ ଆଜି ଘରେ ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି।
Follow Us