ଭୁବନେଶ୍ବର : ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ରାସ୍ତାରେ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କପିଳପ୍ରସାଦର ଅବିନାଶ ପ୍ରଧାନ। ଖବର ଅନୁଯାୟୀ, ଅବିନାଶ ଶୁକ୍ରବାର ବିଳମ୍ବିତ ରାତିରେ କାମ ସାରି ଘରକୁ ବାଇକ୍ରେ ଫେରୁଥିବା ବେଳେ ପଛପଟୁ ଏକ କାର୍ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ଫଳରେ ଅବିନାଶ ଗାଡ଼ିରୁ ଛିଟିକି ପଡ଼ିବା ଯୋଗୁଁ ତାଙ୍କ ମୁଣ୍ଡ ପଛପାଖରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପିସିଆର ଅବିନାଶଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
Advertisment
Follow Us